fbpx

ଶ୍ୱେତା ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ହୋଇ ଯାଇଛି ଜୀବନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱରର ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ବେକ ବ୍ୟତୀତ ଶରୀରରେ ଆଉ କୌଣସି ସ୍ଥାନରେ କ୍ଷତି ଚିହ୍ନ ନଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଶ୍ୱେତାଙ୍କ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ ଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ସୌମ୍ୟଜିତଙ୍କୁ ହେପାଜତକୁ ନେଇଛି । ସୌମ୍ୟଜିତ୍‌ ମହାପାତ୍ର ସମସ୍ତ ପ୍ରଶ୍ନର ଜେରାର ସମ୍ମୁଖୀନ ହୋଇଛନ୍ତି ବୋଲି ଭୁବନେଶ୍ୱର ଡିସିି ପ୍ରତୀକ ସିଂହ କହିଛନ୍ତି । ଶ୍ୱେତାଙ୍କ ବାପା ପରିବାର ଲୋକଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଆଧାରରେ କେଶ ରୁଜୁ ହୋଇଛି । ସୌମ୍ୟଜିତଙ୍କ ପରିବାର ଲୋକଙ୍କ ସହ କଥା ବାର୍ତା ଚାଲିଛି । ସମ୍ପୂର୍ଣ ସହଯୋଗ କରୁଛନ୍ତି । ସୌମ୍ୟ ଜିତଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ । ଯାହାଦ୍ୱାରା ସେ ତାଙ୍କ ଘରେ ଅଛନ୍ତି । ଆବଶ୍ୟକ ପଡିଲେ ତାଙ୍କର ସ୍ଥିତି ଭଲ ହେଲେ ତଦନ୍ତ କରାଯିବ ବୋଲି ଡିସିି କହିଛନ୍ତି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତ୍‌ ଙ୍କ ବିରୋଧରେ ୩୦୬ ଦଫା ପୋଲିସ ରୁଜୁ କରିଛି ।

Get real time updates directly on you device, subscribe now.