fbpx
BJD SKY
BJD SKY

ମଙ୍କିକ୍ସକୁ ମାତ୍‌ ଦେବ ଟେକୋଭିରିମାଟ୍‌ ! ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ

BJD

ନୂଆଦିଲ୍ଲୀ, : ମହାମାରୀ କରୋନା ସଂକ୍ରମଣ ପରେ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ମଙ୍କିପକ୍ସ ଆତଙ୍କ । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ମଙ୍କିପକ୍ସର ନିରାକରଣ ପାଇଁ ଉପଲବ୍ଧ ହେଉଥିବା ଟିକା ଖୁବ୍‌ କମ୍‌ ସଂଖ୍ୟକ ଉତ୍ପାଦନ ହେଉଥିବା ବେଳେ ଏହାର ଯୋଗାଣ ମଧ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ । ତେଣୁ ଏହି ରୋଗକୁ ମାତ୍‌ ଦେବା ପାଇଁ ବୈଜ୍ଞାନିକମାନେ ଔଷଧ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏପରିକି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ରୋଗର ନିରାକରଣ ପାଇଁ ପ୍ରସ୍ତୁତ କରାଯାଉଥିବା ଔଷଧର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି। ଏହି ଔଷଧ ମଙ୍କିପକ୍ସ ବିରୋଧରେ କେତେ ଫଳପ୍ରଦ ହେବ ଏବଂ ସଂକ୍ରମିତ କେତେପ ରିମାଣରେ ସୁରକ୍ଷିତ ରହିବେ ସେ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି ।

ପ୍ରାଥମିକ ଅବସ୍ଥାରେ ଟେକୋଭିରିମାଟ୍‌କୁ ସ୍ମଲ୍‌କ୍ସ ବିରୋଧରେ ଲଢ଼େଇ କରିବା ପାଇଁ ବିକଶିତ କରାଯାଇଥିଲା । ଏଥିସହ ଜୀବାଣୁ ଯେମିତି ଅନ୍ୟ ଜଣଙ୍କ ଶରୀରକୁ ନ ବ୍ୟାପିବ ସେଥିପାଇଁ ମଧ୍ୟ ଏହି ଔଷଧକୁ ବ୍ୟବହାର କରାଯାଉଥିଲା । ଏହି ଡ୍ରଗ୍ସର ଲାଇସେନ୍ସ ମେଡିସିନ୍ସ ଆଣ୍ଡ ହେଲ୍‌ଥ ପ୍ରଡକ୍ଟ ରେଗୁଲେଟାରୁ ଏଜେନ୍ସି ନିକଟରେ ରହିଛି । ସଂସ୍ଥା ଏହି ଔଷଧକୁ ପଶୁମାନଙ୍କ ଉପରେ ପରୀକ୍ଷା କରିଥିଲା । ତେବେ ସେଥିରୁ ସୁଫଳ ମିଳିବା ପରେ ମଙ୍କି କ୍ସ ବିରୋଧରେ ଏହାକୁ ବ୍ୟବହାର ପାଇଁ ଏମ୍‌ଏଚ୍‌ଆରଏ ଲାଇସେନ୍ସ ପ୍ରାପ୍ତ କରିଛି ।

ହେଲେ କ୍ଲିନିକାଲ ଟ୍ରାଏଲ ପରେ ଏହି ଔଷଧ ମଙ୍କି କ୍ସ ବିରୋଧରେ ବ୍ୟବହାର ପାଇଁ ଲୋକଙ୍କୁ ଦିଆଯାଇପାରିବ । ତେବେ ବ୍ରିଟେନ୍‌ ସରକାର ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ୩.୭ ମିଲିୟନ ପାଉଣ୍ଡର ଅର୍ଥ ବ୍ୟବସ୍ଥା କରିଛନ୍ତି । ଟ୍ରାଏଲ ସମୟରେ ୫ଶହ ଜଣ ଲୋକଙ୍କୁ ଏଥିରେ ସାମିଲ କରାଯିବ । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ୬୦୦ ଏମ୍‌ଜିର ଟେକୋଭିରିମାଟ୍‌ ଦିନକୁ ୨ ଥର ପ୍ରଦାନ କରାଯିବ । ଏହାପରେ ଏହାର ପ୍ରଭାବ ଅନୁଭୂତ ହେବ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮୦ ରାଷ୍ଟ୍ରରେ ୪୦ ହଜାରରୁ ଊଦ୍ଧ୍ୱର୍ ଲୋକ ମଙ୍କିକ୍ସରେ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.