fbpx
BJD SKY
BJD SKY

ବିଜେପି-ଆପ୍ ଲଢ଼େଇରେ ନୂଆ ମୋଡ଼: ୪ ଆପ୍‌ ବିଧାୟକଙ୍କ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ, ୨୦ କୋଟି ଟଙ୍କା ଲୋଭ, ନକଲି ମାମଲା ଧମକ

BJD

ନୂଆଦିଲ୍ଲୀ : ଦିଲ୍ଲୀରେ ହୋଇଥିବା ଅବକାରୀ ଦୁର୍ନୀତିକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ନୂଆ ମୋଡ଼ ନେଇଛି । ବର୍ତ୍ତମାନ ଆମ୍‌ ଆଦମୀ ପାର୍ଟି ଦାବି କରିଛି ଯେ ବିଜେପି ସେମାନଙ୍କ ବିଧାୟକଙ୍କୁ କଣିବା ପାଇଁ ଭୟଭୀତ କରି ଦଳ ଓ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରିଛି ।

ବୁଧବାର ଦିଲ୍ଲୀର ଚାରିଜଣ ବିଧାୟକଙ୍କ ସହ ଆପ୍‌ ସାଂସଦ ସଞ୍ଜୟ ସିଂ ଏହି ଦାବି କରିଛନ୍ତି । ବିଧାୟକ ସୋମନାଥ ଭାରତୀ, ସଞ୍ଜୀବ ଝା, କୁଲଦୀପ ଏବଂ ଅଜୟ ଦତ୍ତ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ୨୦-୨୫ କୋଟି ଟଙ୍କା ପ୍ରଲୋଭିତ କରାଯାଇଛି ଏବଂ ସେମାନେ ମନାକଲେ ସେମାନଙ୍କ ନାମରେ ସିସୋଦିଆଙ୍କ ଭଳି ମିଥ୍ୟା ମାମଲା କରିବାକୁ ଧମକ ଦେଉଛନ୍ତି । ଆମ୍‌ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ କହିଛନ୍ତି ଯେ ଦିଲ୍ଲୀର ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଉଦ୍ୟମ ଆରମ୍ଭ ହୋଇଛି । ଦିଲ୍ଲୀର ବିଧାୟକମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି ।

Get real time updates directly on you device, subscribe now.