fbpx

facebook hacked!ନ୍ୟୁଜ ଫିଡରେ ଦେଖା ଯାଉଛି ବିଚିତ୍ର ବିଚିତ୍ର ପୋଷ୍ଟ

ନୂଆଦିଲ୍ଲୀ:ଆପଣ ଯେତେବେଳେ ଫେସବୁକ ଖୋଲୁଛନ୍ତି ଏଥିରେ କିଛି ପରିବର୍ତ୍ତନ ଦେଖୁଛନ୍ତି କି? ଆପଣ ଫେସବୁକର ନ୍ୟୁଜ ଫିଡକୁ ଖୋଲିଲେ ଏଥିରେ ବିଚିତ୍ର ବିଚିତ୍ର ପୋଷ୍ଟ ନିହାତି ଭାବରେ ଦେଖିବାକୁ ମିଳିଥିବ । ତେବେ ଏହାକୁ ଦେଖି ଲାଗୁଥିବ ଆପଣଙ୍କର ଫେସବୁକ ହ୍ୟାକ ହୋଇ ଯାଇନି ତ? ତେବେ ଏହା ପଛରେ କାରଣ କଣ ରହିଛି ଆସନ୍ତୁ ଜାଣିବା ।
ଏହା ପୂର୍ବରୁ ଅନେକ କଳାକାର ମାନଙ୍କର ଆକାଉଣ୍ଟ ହ୍ୟାକ ହୋଇଥିବାର ଆମେ ଦେଖିଛୁ । ତେବେ ଏହା ପଛରେ କୌଣସି ହ୍ୟାକିଙ୍ଗ ନୁହେଁ ବରଂ ଏହା ପଛରେ ମାଲଫିକ୍ସିଙ୍ଗ ରହିଥିବାର ଆଶା କରାଯାଉଛି । ଦେଶ ବିଦେଶର ହଜାର ହଜାର ଲୋକ ଏହାକୁ ବ୍ୟବହାର କରିବା ସହିତ ବହୁ ନୂଆ ୟୁଜର ମଧ୍ୟ ଏଥିରେ ଯୋଡି ହେଉଛନ୍ତି । ତେଣୁ ଏହି ସମସ୍ୟା ସବୁ ଠାରେ ଲୋକମାନେ ସହୁ ଥିବା ବେଳେ ଏହାକୁ ନେଇ କମ୍ପାନୀ କୌଣସି ଦୃଷ୍ଟି ଦେଉ ନାହିଁ ।

ତେବେ ଭାରତୀୟ ସମୟ ଅନୁସାରେ ଏହି ଅସୁବିଧା ଆଜି ୧୨ ଟା ଠାରୁ ଫେସବୁକ ୟୁଜର୍ସ ମାନେ ଦେଖି ଆସୁଛନ୍ତି । ଏହାକୁ ନେଇ ବାରମ୍ବାର ଟ୍ୱିଟ ମଧ୍ୟ କରାଯାଉଛି । କିନ୍ତୁ ଏହି ସମସ୍ୟାର କୌଣସି ସୁଫଳ ମିଳିପାରି ନାହିଁ । କେହି କେହି ମିମ ମଧ୍ୟ ସେୟାର କରିଛନ୍ତି । ତେବେ ସବୁ ଆଡେ ଏହି ୟୁଜର୍ସ ମାନେ ଏହି ଅସୁବିଧା ଭୋଗୁଥିବା ବେଳେ କେହି କେହି ଏହି ସମୟ ଫାଇଦା ଉଠାଇ ନିଜର କ୍ରିପଟୋକରେନ୍ସି ଆଉ କିଛି ବ୍ୟକ୍ତିଗତ ପବ୍ଲିସିଟି କରାଇ ଚାଲିଛନ୍ତି ।

Get real time updates directly on you device, subscribe now.