fbpx

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ: ପଞ୍ଚମ ଥର ଚାମ୍ପିୟନ ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଚମକିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନଲରେ ପ୍ରମୋଦ ପ୍ରତିପକ୍ଷ ଇଂଲଣ୍ଡର ଡାନିଏଲ ବେଥଲଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ଏହି ବିଜୟ ଫଳରେ ପ୍ରମୋଦ ପଞ୍ଚମ ଥର ପାଇଁ ବିଶ୍ୱ ପାରା ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଥାଇଲାଣ୍ଡର ପଟ୍ଟାୟାରେ ଚାଲିଥିବା ପୁରୁଷ ସିଙ୍ଗଲ୍ସ ଏସଏଲ୩ରେ ପ୍ରମୋଦ ଡାନିଏଲଙ୍କୁ ୧୪-୨୧, ୨୧-୧୫, ୨୧-୧୫ ସେଟରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିଲା ।

Get real time updates directly on you device, subscribe now.