ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡ଼ି । ରାଜ୍ୟ ସରକାରଙ୍କୁ ବିରୋଧୀଦଳର ଉପନେତା କଡ଼ା ସମାଲୋଚନା କରିଛନ୍ତି । ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜଧାନୀ ସାମେତ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିଛି ।’
ଏହା ସହ ପ୍ରସନ୍ନ କହିଛନ୍ତି ଯେ, ବିଧାନସଭା ଭିତରେ ଓ ବାହାରେ ପୋଲିସ କର୍ତ୍ତୃତ୍ୱ ଦେଖାଉଛନ୍ତି । ଭରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହାକୁ ପ୍ରମାଣିତ କରୁଛି । ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି । ସରକାରୀ ଦଳର ସାଧାରଣ କର୍ମୀ ପୋଲିସ କାମରେ ହସ୍ତକ୍ଷେପ କରୁଛନ୍ତି । ପୋଲିସ ସ୍ୱାଧୀନ ଭାବରେ କାମ ନକଲେ ରାଜ୍ୟରେ ଅପରାଧ ବଢ଼ିବ ।’