fbpx

ଜେଲ୍ ଗଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ଆବେଦନ ଖାରଜ ହେବାରୁ ଜେଲ୍ ଗଲେ ପ୍ରଶାନ୍ତ । ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ କଲେ ଏଡିଜେ-୧ କୋର୍ଟ । ଆଜି ଏଡିଜେ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ । ଆଗୁଆ ଜାମିନ ନଦେଇ ତଳ କୋର୍ଟ ଯିବାକୁ କହିଥିଲେ ହାଇକୋର୍ଟ । ପ୍ରଶାନ୍ତଙ୍କ ନାଁରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ମାମଲା ରହିଛି ।

ଶୁକ୍ରବାର ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଖୋର୍ଦ୍ଧା ଏଡିଜେ-୧ କୋର୍ଟ । ଆଜି ଏଡିଜେ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏଡିଜେ କୋର୍ଟରେ ହାଜର ହୋଇଥିଲେ । ଆଗୁଆ ଜାମିନ ନଦେଇ ତଳ କୋର୍ଟ ଯିବାକୁ କହିଥିଲେ ହାଇକୋର୍ଟ । ପ୍ରଶାନ୍ତଙ୍କ ନାଁରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାମଲା ରହିଛି ।

ସୂଚନାଯୋଗ୍ୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ସଙ୍ଗୀନ ଦଫା ମଧ୍ୟ ଲଗାଯାଇଛି । ଏସସି/ଏସଟି ଆଇନ ସହିତ ବିଭିନ୍ନ ଅପରାଧିକ ଦଫା ଲାଗିଥିବା ଜଣାପଡିଛି । ତେବେ ଦୀର୍ଘ ୧ ମାସ ଧରି ଫେରାର ଥିବା ବିଧାୟକ ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ବାଲୁଗାଁରେ ବିଜେପି ନେତାଙ୍କୁ ମାଡ଼ ମାରିବା ଦୃଶ୍ୟ ଭାଇରାଲ ହେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯିବା ସହ ଜିଲ୍ଲା ଯୋଜନା ବୋର୍ଡରୁ ମଧ୍ୟ ନିଲମ୍ବିତ କରାଯାଇଥିଲା ।

 

 

 

Get real time updates directly on you device, subscribe now.