ସିନ୍ଦୂରର ପ୍ରତିଶୋଧ ନେଲେ ମୋଦି ସରକାର, ମୋ ସ୍ବାମୀଙ୍କ ଆତ୍ମାକୁ ଆଜି ଶାନ୍ତି ମିଳିଲା: ମୃତ ପ୍ରଶାନ୍ତଙ୍କ ସ୍ତ୍ରୀ
ଭାରତୀୟ ସେନା ଓ ଭାରତ ସରକାରଙ୍କ ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ୍ ହେବ କହିଲେ ମୃତ ପ୍ରଶାନ୍ତଙ୍କ ସ୍ତ୍ରୀ ।
ଭୁବନେଶ୍ବର: ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ କରିବାରେ ସଫଳ ହୋଇପାରିଛି ଭାରତ । ମୋଟ 9ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା । ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଯେଉଁମାନେ ତାଙ୍କ ସ୍ବାମୀକୁ ହରାଇଥିଲେ ସେମାନଙ୍କ ଆତ୍ମାକୁ ଆଜି ଶାନ୍ତି ମିଳିଛି । ମୃତ ପ୍ରଶାନ୍ତଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି, ଭାରତୀୟ ସେନା ଓ ଭାରତ ସରକାରଙ୍କ ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ୍। ସିନ୍ଦୂରର ପ୍ରତିଶୋଧ ନେଲେ ମୋଦି ସରକାର। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ଏହା ହିଁ ମୋ ସ୍ବାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ମୋ ସ୍ବାମୀ ଯେଉଁଠି ବି ଥିବେ ତାଙ୍କର ଆତ୍ମାକୁ ଶାନ୍ତି ମିଳିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହାୟତାକୁ ମୁଁ ଭୁଲିବି ନାହିଁ । ପହଲଗାମ ହମଲା ପରେ ଆମେ ଭାବୁଥିଲୁ ସରକାର କାହିଁକି ବଦଲା ନେଉନାହାନ୍ତି। ହେଲେ ସରକାର ପୂରା ପ୍ଲାନ କରି ବଦଲା ନେଇଛନ୍ତି।
ଆତଙ୍କବାଦର ମୂଳୋତ୍ପାଟନ ହେବା ଦରକାର । ମୁଁ ଭାରତ ସରକାରଙ୍କ ନିକଟରେ ଚିର ଋଣୀ ରହିବି । ନିରୀହ ଲୋକଙ୍କୁ ମାରି ଦେଇଥିବା ବେଳେ ସେହି ପ୍ରତିଶୋଧ ଆଜି ଭାରତ ସରକାର ନେଇନ୍ତି ବୋଲି ମୃତ ପ୍ରଶାନ୍ତଙ୍କ ସ୍ତ୍ରୀ କହିଛନ୍ତି ।