fbpx

କନ୍ଧମାଳର ଡାକ୍ତରୀ ଛାତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ, ଏଭଳି କହିଲେ….

ଭୁବନେଶ୍ବର:  ଡାକ୍ତରୀ ଛାତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଦିବାସୀ ଜିଲ୍ଲା କନ୍ଧମାଳ ଦାରିଙ୍ଗବାଡି ବ୍ଲକର ଡାକ୍ତରୀ ଛାତ୍ରୀ ଲିନ୍ସା ପ୍ରଧାନଙ୍କ ସହିତ ସାକ୍ଷାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତ ଉଜ୍ବଳ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କୁ ଭେଟି ମୁଁ ଖୁସି ହେଲି । ଜୀବନର ଅନେକ ସମସ୍ୟା ଭିତରେ ବିନା କୌଣସି ପ୍ରାଇଭେଟ୍ କୋଚିଂରେ କେବଳ ୟୁଟ୍ୟୁବ ମାଧ୍ୟମରେ ପାଠ ପଢି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଲିନ୍ସା ଦେଖାଇ ଦେଇଛନ୍ତି ଯେ, ନିଷ୍ଠାର ସହ କରିଥିବା ପରିଶ୍ରମ କେବେ ବ୍ୟର୍ଥ ଯାଏନି । ଆଗାମୀ ଦିନରେ ଏମକେସିଜିରେ ଡାକ୍ତରୀ ପାଠ ପଢିବାକୁ ଯାଉଥିବା ଲିନ୍ସାଙ୍କ ଭବିଷ୍ୟତ ଉଜ୍ବଳ ହେଉ, ଏହା ହିଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା ।

Get real time updates directly on you device, subscribe now.