fbpx

ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର):ଓଡ଼ିଶାରେ ଆଜି ଅନେକ ଜିଲ୍ଲାରେ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ଏବେ ପାରାଦୀପ ଠାରୁ ୧୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ୨୪ ଘଣ୍ଟାରେ ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହା ପଶ୍ଚିମବଙ୍ଗ – ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଅପରାହ୍ନ ସମୟରେ ସ୍ଥଳଭାଗ ଅତିକ୍ରମ କରିବ । ଏହାର ପ୍ରଭାବରେ ଓଡିଶା ଉପକୂଳରେ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅବପାତ ଏବଂ ପବନର ବେଗକୁ ଦେଖି ଓଡିଶାର ଗୋପାଳପୁର ଏବଂ ପୁରୀ ବନ୍ଦରକୁ ୩ନଂ ବିପଦ ସଙ୍କେତ ବୋଲି ଜାରି କରାଯାଇଛି । ତେବେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।।

Get real time updates directly on you device, subscribe now.