ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସିଲା ବାତ୍ୟା ଦାନାରେ କ୍ଷୟକ୍ଷତି ଆକଳନର ପ୍ରାଥମିକ ରିପୋର୍ଟ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଯୋଗେ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ । ‘୧ ଲକ୍ଷ ୭୫ ହଜାର ଏକର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ । ପାଣିରେ ବୁଡ଼ିଛି ୨ ଲକ୍ଷ ୮୦ ହଜାର ଏକର । ପ୍ରାରମ୍ଭିକ ଆକଳନ ଅନୁସାରେ ତଥ୍ୟ ହାସଲ ହୋଇଥିବା ସୂଚନା । ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ନେଇ ପଦକ୍ଷେପ ନିଆଯିବ ।
ଉପମୁଖ୍ୟାମନ୍ତ୍ରୀ ତଥା କୃଷୀ ମନ୍ତ୍ରୀ କେଭି ସିଂହଦେଓ ଓ କୃଷୀ ସଚିବ ଅରବିନ୍ଦ ପାଢୀ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀ ମାନଙ୍କ ସହ ଭିସି ମାଧ୍ୟମରେ ଆଲୋଚନ କରିଥିଲେ । ସଠିକ୍ ରିପୋର୍ଟ ଦେବାପାଇଁ ଅଧିକାରୀ ଙ୍କୁ କୃଷି ବିଭାଗର ନିର୍ଦ୍ଦେଶ। ଭୁଲ୍ ରିପୋର୍ଟ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଲେ କୃଷି ମନ୍ତ୍ରୀ। କୃଷିମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପ୍ରାଥମିକ ଆକଳନ ରିପୋର୍ଟ ରେ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ୧ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି।
କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି। ସର୍ବାଧିକ ରାଜକନିକା, ଆଳି, ମହକ୍ଷକକ୍ଷଳ ପଡ଼ା କ୍ଷତିଗ୍ରସ୍ତ ହୋଇଛି। ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିଭୋଖରି, ଧାମନଗରରେ କ୍ଷତି ହୋଇଛି। ବାଲେଶ୍ୱରରେ ୩୧୪୦ ହେକ୍ଟର ଜମି କ୍ଷତି ହୋଇଛି। ସେହିପରି ମୟୂରଭଞ୍ଜ ରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି। ଯାଜପୁରରେ ୨୭୦୯, ଜତସିହ ପୁର ୨୪୯୮ ହେକ୍ଟର ଜମି କ୍ଷୟ କ୍ଷତି ହୋଇଛି।
ଏପଟେ ବାଲେଶ୍ବରରେ ବୁଢ଼ାବଳଙ୍ଗ ଓ ସୋନ ନଦୀରେ ବନ୍ୟା । ବନ୍ୟା ଯୋଗୁଁ ନୀଳଗିରି ଓ ରେମୁଣାର କିଛି ଗାଁ ପାଣି ଘେରରେ ରହିଥିବା ସୂଚନା । କାଂଶ, ବେଗୁନିଆ ଓ କଲ୍ୟାଣପୁର ଗାଁ ପାଣି ଘେରରେ ରହିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ। ରାସ୍ତାରେ ବଡ଼ିଥିବା ଗଛ କାଟି ସଫା କରୁଛନ୍ତି ଅଗ୍ନିଶମ, ଏଡିଆରଏଫ୍ ବାହିନୀ।
As per preliminary reports, the crop area likely to be affected by #CycloneDana is about 1,75,000 acres (69,995 ha). Eye-estimated submerged crop area is about 2,80,000 acres (1,12,310 ha). We’ve directed field officials of @krushibibhag to assess and enumerate the crop loss… https://t.co/vP63eahV2v
— Arabinda K Padhee (@arvindpadhee) October 25, 2024
ଏହାରି ଭିତରେ ବାଲେଶ୍ବର ସୋରରୁ ଆସିଲା ଏକ ଦୁଃଖଦ ଖବର । ରାସ୍ତାରେ ଉପୁଡ଼ି ପଡ଼ିଥିବା ଗଛକୁ ପିଟିଲା ବସ୍ । ବସ୍ର ଆଗପଟ କ୍ଷତିଗ୍ରସ୍ତ, ବସ୍ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ସୂଚନା । ଔପଦାରୁ ଯାତ୍ରୀ ନେଇ ଭୁବନେଶ୍ବର ଆସୁଥିଲା ଘରୋଇ ବସ୍ । ସେପଟେ ବାତ୍ୟା ଦାନା କେତେ କ୍ଷୟକ୍ଷତି କରିଛି ? କେଉଁ ଜିଲ୍ଲାରେ କେତେ କ୍ଷତି ? ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।