ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ ଦାବି କରିଛନ୍ତି ଯେ ଆଗାମୀ ଦିନରେ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରନ୍ତି । ବିଶ୍ବସ୍ତ ସୂତ୍ରରୁ ଆମେ ଜାଣିବାକୁ ପାଇଛୁ ଯେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯାଉଛନ୍ତି । ଏହାର ଅନେକ ଲକ୍ଷଣ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ।
ଗତ କିଛି ମାସ ହେବ ଦିଲ୍ଲୀରେ କୌଣସି ଅଧିକାରୀ ଙ୍କୁ ନିୟୋଜିତ କରାଯାଉନାହିଁ । ଦିଲ୍ଲୀରେ ଆଇଏଏସ୍ ପଦବୀ କୁ ଗୃହ ମନ୍ତ୍ରଣାଳୟ ନିୟନ୍ତ୍ରଣ କରିଥାଏ । ଗତ କିଛି ମାସ ହେବ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି ମିଳିନାହିଁ ।
VIDEO | Here's what Delhi minister and AAP leader Atishi (@AtishiAAP) said addressing a press conference.
"We have received information from trusted sources that the Central Government will impose President's Rule in Delhi in the coming days. Indications of this are being seen… pic.twitter.com/jEdjoLalnq
— Press Trust of India (@PTI_News) April 12, 2024
ମଦ ନୀତିରେ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲରେ ଅଛନ୍ତି । ମନୀଷ ସିସୋଦିଆ ଗତବର୍ଷଠାରୁ ଏହି ମାମଲାରେ ଜେଲରେ ଅଛନ୍ତି । ଜେଲରେ ରହି ସରକାର ଚଳାଉଛନ୍ତି କେଜ୍ରିୱାଲ । ଜେଲରେ ମଧ୍ୟ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ ବୋଲି ତାଙ୍କ ଦଳ କହିଛି ।
ନିକଟରେ ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମ୍ କୋର୍ଟ ମନି ଲଣ୍ଡରିଂ ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ନିର୍ବାଚନ ପୂର୍ବରୁ ମୋଦି ସରକାର ଏଜେନ୍ସିଗୁଡ଼ିକୁ ରାଜନୈତିକ ଭାବେ ବ୍ୟବହାର କରୁଛନ୍ତି ଏବଂ ବିରୋଧୀଙ୍କୁ ଦୁର୍ବଳ କରାଯାଉଛି ବୋଲି ବିରୋଧୀ ଦଳମାନେ କହୁଛନ୍ତି ।