fbpx

ମୁକ୍ତି ସଂଗ୍ରାମର ଓଡ଼ିଆ ଯୋଦ୍ଧାଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଜଣେ ଓଡ଼ିଆଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର । ଦେଶ ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ସାରଦା ପ୍ରସାଦ ରାୟ(୯୬) । ଅଗଷ୍ଟ କ୍ରାନ୍ତି ଦିବସରେ ସାରଦାପ୍ରସାଦଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯାଇଛି ।

ସାରଦା ପ୍ରସାଦ ଛାତ୍ର ଅବସ୍ଥାରୁ ଦେଶ ମାତୃକା ପାଇଁ ସଂଗ୍ରାମରେ ସାମିଲ୍ ହୋଇଥିଲେ । ସେହିପରି ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ଭାଗନେଇ ସେ ୯ ମାସ ଜେଲ୍ ଯାଇଥିଲେ । ବାସୁଦେବପୁରର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଜିଲ୍ଲାର ଗୌରବ ବୃଦ୍ଧି କରୁଥିବାବେଳେ କ୍ରାନ୍ତି ଦିବସ ଅବସରରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଓ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ସଂଗ୍ରାମୀ ସାରଦା ପ୍ରସାଦଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ସମ୍ମାନ ପ୍ରଦାନ କରିବା ସହ ସମ୍ମାନ ଜଣାଇଛନ୍ତି ।

 

Get real time updates directly on you device, subscribe now.