fbpx

ଆଜି ଓଡ଼ିିଶାରେ ପହଁଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜଧାନୀରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଆଜି ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିନ ୧୦ଟା ୫୦ମିନଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ ରାଷ୍ଟ୍ରପତି । ରାଜଧାନୀରେ ପହଁଚିବା ପରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି । ଏନେଇ ରାଜଧାନୀ ସମେତ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୁରୀରୁ ଆସିବାପରେ ଭୁବନେଶ୍ୱରରେ ହେ।ଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଦୁଇ ଦିନିଆ ଗସ୍ତରେ ଗୁରୁବାର ଓ ଶୁକ୍ରବାର ରାଷ୍ଟ୍ରପତିଙ୍କର ଅନେକ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବାପରେ ପ୍ରଥମଥର ଓଡ଼ିଶା ଗସ୍ତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସୂଚନା ଅନୁଯାଇ ରାଷ୍ଟ୍ରପତି ସକାଳ ୧୦ଟା ୫୦ମିନିଟରେ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ । ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟଶାସନ ସଚ୍ଚିବ ସୁରେଶ ମହାପାତ୍ର ପ୍ରମୁଖ ସ୍ୱାଗତ କରିବେ । ଏହାପରେ ରାଜ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିବା ହେଲିକପ୍ଟରରେ ସେ ପୁରୀ ଯାତ୍ରା କରିବେ । ସେଠାରେ ସେ ପହଁଚି ଶ୍ରୀଜିଉଙ୍କୁ ଦର୍ଶନ କରିବେ ।  ଦର୍ଶନ ପରେ ସେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସିଧା ପୁରୀ ରାଜଭବନ ଯାଇ ମହାପ୍ରସାଦ ସେବନ ସହ ବିଶ୍ରାମ କରିବେ । ସେହିପରି ଆଜି ଅପରାହ୍ନରେ ସେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା କାଲି ସେ ଖଣ୍ଡଗିରିର ତପୋବନ ହାଇସ୍କୁଲ, ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ, କୁନ୍ନଳା କୁମାରୀ ଆଦିବାସୀ ହଷ୍ଟେଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ତରଫରୁ କାରକେଡ ରିହଲସଲ କରାଯାଇଛି । ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ କରାଯିବ । ରାଷ୍ଟ୍ରପତିଙ୍କ ରହଣୀକୁ ନେଇ ସେଠାରେ ୩୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ ସହ ୨୦୦ବରିଷ୍ଠ ପୋଲିସ ଅଧିକାରୀ, ୪ଜଣ ଡିସିପି, ୨୨ଜଣ ଅତିରିକ୍ତ ଡିସିପି, ୬୨ଜଣ ଡିଏସପି ଓ ୨୦୦ରୁ ଅଧିକ ଏସଆଇ ଏବଂ ଏଏସଆଇ ନିୟୋହିତ ରହିବେ । ସେହିପରି ପୁରୀ ଗସ୍ତ ସମୟରେ ୨୪ ପ୍ଲାଟୁନ ଫୋର୍ସ ସହିତ ୫ଜଣ ଏସପି, ୭ଜଣ ଅତିରିକ୍ତ ଏସପି, ୧୮ଜଣ ଡିଏସପି, ୧୧୦ଜଣ ଏସଆଇ ମୃତୟନ କରାଯାଇଛି । ଏହିପରି ଭାବେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Get real time updates directly on you device, subscribe now.