fbpx

ରାଷ୍ଟ୍ରପତି ନିର୍ବାଚନ : ରାଜନୈତିକ ଦଳ ସହ ଆଲୋଚନା କରିବେ ନଡ୍ଡା-ରାଜନାଥ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବାକୁ ଭାରତୀୟ ଜନତା ପାର୍ଟି ଦଳର ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି । ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲାଏନ୍ସ (ଏନଡ଼ିଏ) ଏବଂ ୟୁନାଇଟେଡ଼୍‌ ପ୍ରୋଗ୍ରେସିଭ ଆଲାଏନ୍ସ (ୟୁପିଏ)ର ସଦସ୍ୟ ଏବଂ ୟୁନାଇଟେଡ଼ ପ୍ରୋଗ୍ରେସିଭ ଆଲାଏନ୍ସ (ୟୁପିଏ) ର ସଦସ୍ୟ ଏବଂ ଅନ୍ୟ ରାଜନୈତିକ ଦଳର ନେତାଙ୍କ ସମେତ ଦୁଇ ନେତା ସ୍ୱାଧୀନ ନେତାଙ୍କ ସହ ଆଲୋଚନା କରିବେ ।

ଋବିବାର ଦିନ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏହି ସୂଚନା ଦେଇଛନ୍ତି । ଉଭୟ ପକ୍ଷରୁ ଖୁବ୍‌ ଶୀଘ୍ର ଆଳୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶର ୧୬ତମ ରାଷ୍ଟ୍ର ତି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିଛି । ଯଦି ଏହି ପଦବୀ ପାଇଁ ଏକରୁ ଅଧିକ ପ୍ରାର୍ଥୀ ଥାଆନ୍ତି, ତେବେ ଜୁଲାଇ ୧୮ ସୋମବାର ଦିନ ଭୋଟ୍‌ ଗ୍ରହଣ କରାଯିବ ଏବଂ ଫଳାଫଳ ଜୁଲାଇ ୨୧ରେ ଘୋଷଣା କରାଯିବ। ବର୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି ।

Get real time updates directly on you device, subscribe now.