fbpx

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରଭାବ, ଗୁଜରାଟ ହୀରା ଉଦ୍ୟୋଗରେ କାର୍ଯ୍ୟରତ ଶ୍ରମିକଙ୍କ ଜୀବିକା ପ୍ରଭାବିତ no

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ଗୁଜରାଟ ହୀରା ଉଦ୍ୟୋଗରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ମୁଖ୍ୟତଃ ସୌରାଷ୍ଟ୍ରର ଗ୍ରାମୀଣ ଇଲାକା ଯେଉଁଠାରେ ରୁଷ୍‌ରୁ ଛୋଟ ଆକାରର ହୀରା ଆମଦାନୀ କରି ପ୍ରୋସେସିଂ ଓ ପଲିସିଂ କାର୍ଯ୍ୟ ହୋଇଥାଏ ସେଠାରେ ଏହାର ପ୍ରଭାବ ବେଶ୍‌ ବାରି ହୋଇପଡ଼ୁଛି । ଏଠିକାର ବ୍ୟବସାୟୀମାନେ ବାଧ୍ୟ ହୋଇ ଏବେ ଆଫ୍ରିକା ଓ ଅନ୍ୟ ସ୍ଥାନରୁ ହୀରା କିଣିବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ସେମାନଙ୍କର ବ୍ୟବସାୟ ପୂର୍ବଭଳି ଆଉ ଭଲ ଚାଲୁନଥିବାରୁ ସେଥିରେ କାମ କରୁଥିବା ୧୫ଲକ୍ଷରୁ ଅଧିକ ଲୋକ ବେଶ୍‌ ପ୍ରଭାବିତ ହୋଇଛନ୍ତି ।

Get real time updates directly on you device, subscribe now.