fbpx

ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ମିଳିବାର ବଢ଼ିଲା ଆଶଙ୍କା, ଚର୍ଚ୍ଚାରେ ରହିଛି ଏହି ନାଁ

ନୂଆଦିଲ୍ଲୀ: ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ସମାପ୍ତ ହେବ । ଏହା ପରେ ଦେଶକୁ ଶାସନ କରିବେ ନୂଆ ରାଷ୍ଟ୍ରପତି । ରାଷ୍ଟ୍ରପତି ନିର୍ବାଚନର ସମସ୍ତ ସମୀକରଣ ସହିତ ବିଜେପି ୨୦୨୪ ଲୋକସଭା ନିର୍ବାଚନ ଉପରେ ନଜର ରଖିଛି । ଏଭଳି ପରିସ୍ଥିତିରେ କୁହାଯାଉଛି ଯେ, ରାଷ୍ଟ୍ରପତି ପଦ ପାଇଁ ଆଦିବାସୀ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛି ବିଜେପି । ଯଦି ଏପରି ହୁଏ, ତେବେ ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ମିଳିପାରନ୍ତି ।

ନିକଟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ହୋଇଥିବା ବୈଠକରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜୁଅଲ ଓରାଅନ୍, ପୂର୍ବ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ଛତିଶଗଡ଼ର ରାଜ୍ୟପାଳ ଅନସୁୟା ଉକେ ପ୍ରମୁଖ ଆଦିବାସୀ ନେତା, ଯାହାଙ୍କ ନାଁ ରାଷ୍ଟ୍ରପତି ପଦ ପାଇଁ ଚର୍ଚ୍ଚାରେ ଅଛି ।

୫୪୩ ଲୋକସଭା ଆସନ ମଧ୍ୟରୁ ୪୭ ଟି ଆସନ ଏସଟି ବର୍ଗ ପାଇଁ ସଂରକ୍ଷିତ । ୬୨ ଲୋକସଭା ଆସନରେ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି । ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଆଦିବାସୀ ଭୋଟରଙ୍କ ଭୋଟ୍ ହିଁ ନିର୍ଣ୍ଣାୟକ । ଏଥି ସହିତ ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ୨୦୨୩ରେ ନିର୍ବାଚନ ହେବ ।

ବିଜେପି ଗଡ଼ ଗୁଜରାଟରେ ଦଳ ଆଦିବାସୀଙ୍କୁ ଜିତିବାରେ ସଫଳ ହୋଇପାରି ନାହିଁ । ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୭ ଟି ସିଟ୍ ଏସଟି ପାଇଁ ସଂରକ୍ଷିତ । ବିଜେପି ୨୦୦୭ ରେ ୧୩ ଟି ସିଟ୍, ୨୦୧୨ ରେ ୧୧ ଏବଂ ୨୦୧୭ ରେ ୯ ଟି ସିଟ୍ ପାଇଥିଲା । ଗୁଜୁରାଟରେ ପ୍ରାୟ ୧୪% ଆଦିବାସୀ, ଯେଉଁମାନେ ୬୦ ଟି ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି ।

ଅନ୍ୟପଟେ ଝାଡ଼ଖଣ୍ଡର ୮୧ ଟି ବିଧାନସଭା ଆସନ ମଧ୍ୟରୁ ୨୮ ଟି ସିଟ୍ ଏସଟି ପାଇଁ ସଂରକ୍ଷିତ । ୨୦୧୪ ବିଜେପି ଏଥିରେ ୧୧ ଟି ସିଟ୍ ଏବଂ ୨୦୧୯ ରେ କେବଳ ୨ ଟି ସିଟ୍ ଜିତିଥିଲା । ମଧ୍ୟପ୍ରଦେଶର ୨୩୦ ଟି ଆସନ ମଧ୍ୟରୁ ୮୪ ଟିରେ ଆଦିବାସୀ ଭୋଟର ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ୨୦୧୩ ରେ ବିଜେପି ସେଠାରେ ୫୯ ଟି ଆସନ ଜିତିଥିଲା, ଯାହାକି ୨୦୧୮ ରେ ୩୪ କୁ ଖସି ଆସିଛି । ଏବେ ଏପରି ସମାନ ପରିସ୍ଥିତି ଛତିଶଗଡ, ଓଡିଶା, ମହାରାଷ୍ଟ୍ରରେ ମଧ୍ୟ ରହିଛି ।

Get real time updates directly on you device, subscribe now.