fbpx

‘ତାରକ୍ ମେହତା କା ଉଲ୍ଟା ଚଷ୍କା’କୁ ଗୁଡ ବାଏ କହିଲେ ଶୈଲେଶ! ଏବେ ଏହି ଶୋ’ରେ ଆସିବେ ନଜର

ଲୋକପ୍ରିୟ ଲେଖକ ତଥା ଜଣେ ସୁନାମଧନ୍ୟ ହାସ୍ୟ ଅଭିନେତା ଶୈଲେଶ ଲୋଢ଼ା ନିଜ ଚରିତ୍ର ତାରକ ମେହତାଙ୍କ ପାଇଁ ଘରେ ଘରେ ପରିଚିତ । ଟିଭିର ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ ମେହତା କା ଉଲ୍ଟା ଚଷ୍ମା’ ରେ ସେ ଗତ ୧୪ ବର୍ଷରୁ ଏହି ଚରିତ୍ର ନିଭାଇ ଆସୁଛନ୍ତି । ସେ ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ତେବେ ଗତ କିଛି ଦିନ ହେବ ଶୈଲେଶ ଲୋଢ଼ା ଶୋ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଛି । ଶୋ’ର ନିର୍ମାତାଙ୍କ ସହ ତାଙ୍କର ମନୋମାଳିନ୍ୟ ଯୋଗୁଁ ସେ ଶୋ’ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଛି । ଅବଶ୍ୟ ପ୍ରଡ୍ୟୁସର ଆସିତ୍ ମୋଦୀ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । କିନ୍ତୁ ଏବେ ପ୍ରକୃତରେ ଲାଗୁଛି ଯେ ସେ ଶୋ’ ଛାଡ଼ିବାକୁ ଯାଉଛନ୍ତି, କାରଣ ଶୈଲେଶଙ୍କ ନୂଆ ଶୋ’ର  ଟିଜର ସାମ୍ନାକୁ ଆସିଛି ।

ଶୈଲେଶ ଲୋଢ଼ା ‘ତାରକ ମେହତା କା ଉଲ୍ଟା ଚଷ୍ମା’ ଶୋ ଛାଡ଼ି ଏବେ ‘ୱାହ ଭାଇ ୱାହ’ ରେ ନଜର ଆସିବାକୁ ଯାଉଛନ୍ତି  । ଯାହାର ଟିଜର ଲଞ୍ଚ ହୋଇଛି । ଏବେ ଶୈଲେଶ ଲୋଢ଼ା ନିଜର ବ୍ୟଙ୍ଗ କବିତା ମାଧ୍ୟମରେ ଲୋକଙ୍କ ମନୋରଞ୍ଜ କରିବେ । ଦେଖନ୍ତୁ ଟିଜର…

ତେବେ ସେପଟେ ଶୋ’କୁ ଛାଡ଼ିବା ଖବର ତାଙ୍କର ଫ୍ୟାନମାନଙ୍କ ପାଇଁ ଦୁଃଖଦ ରହିଛି । ଅନେକ ଫ୍ୟାନ ତାଙ୍କୁ ଶୋ’ ନଛାଡ଼ିବାକୁ ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.