fbpx

ତ୍ରିରଙ୍ଗାକୁ ଅସମ୍ମାନ: ଦିଲ୍ଲୀ ଏୟାରପୋର୍ଟରେ ଜାତୀୟ ପତାକାକୁ ତଳେ ବିଛାଇ ନମାଜ ପଢ଼ୁଥିଲା ଯୁବକ, ଆଉ ତା’ପରେ…

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟନନ୍ୟାସନାଲ ଏୟାରପୋର୍ଟ ବା ଆଇଜିଆଇରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ । ଜଣେ ଯୁବକ ତ୍ରିରଙ୍ଗା ପତାକା ଉପରେ ବସି ନମାଜ ପଢ଼ୁଥିବା ଅଭିଯୋଗ ହୋଇଛି । ଆସାମର ଏହି ଯୁବକଙ୍କୁ ତୁରନ୍ତ ଗିରଫ କରିଥିଲା ପୋଲିସ ।

FIRର କପି ଅନୁସାରେ, ଦିମାପୁରର ବାସିନ୍ଦା ମହମ୍ମଦ ତାରିକ୍ ଅଜିଜ୍ ୬ଇ୨୪ ନମ୍ବର ବିମାନରେ ମେ’ ୭ ତାରିଖ ଦିନ ଦୁବାଇରୁ ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରିଥିଲେ । ଏହାର ପରଦିନ ଅର୍ଥାତ୍ ମେ’ ୮ରେ ବିମାନରେ ସେ ଆସାମ ଯାଇଥାନ୍ତେ ।

କିନ୍ତୁ ଦିଲ୍ଲୀ ବିମାନବନ୍ଦରରେ ମହମ୍ମଦ ଭୂମିରେ ଜାତୀୟ ପତାକା ବିଛାଇଥିଲେ ଓ ତାହା ଉପରେ ମସି ନମାଜ ପଢ଼ିଥିଲେ । ଏହାକୁ ଦେଖି ଉପସ୍ଥିତ ଲୋକେ ଆଲର୍ଟ ହୋଇଥିଲେ । ଏହା ପରେ CISF କର୍ମଚାରମାନେ ମହମ୍ମଦଙ୍କ ସନ୍ଦିଗ୍ଧ ଗତିବିଧିକୁ ଦେଖି ଗିରଫ କରିଥିଲେ ଓ ପରେ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲେ ।

ଏହି ସମୟରେ ଦିଲ୍ଲୀ ପୋଲିସ ଏବଂ CISF ଯବାନମାନେ ଦିଲ୍ଲୀ ଏୟାରପୋର୍ଟରେ ଥିବା ସମସ୍ତ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲେ । ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଥିଲା କି, ମହମ୍ମଦ ଡି ବୋର୍ଡିଂ ଗେଟ୍ ନମ୍ବର ୧ରୁ ୩ ମଧ୍ୟରେ ଭୂମିରେ ଜାତୀୟ ପତାକା ବିଛାଇଥିଲେ ଓ ପରେ ପତାକା ଉପରେ ବସି ନମାଜ ପଢ଼ିଥିଲେ । ସିସିଟିଭି ଯାଞ୍ଚ କରିବା ପରେ ଏବଂ CISF ଅଭିଯୋଗରେ ଦିଲ୍ଲୀ ପୋଲିସ୍ ମହମ୍ମଦ ତାରିକ୍ ଅଜିଜଙ୍କୁ ଧାରା ୧୯୭୧ ଅନୁସାରେ ଏଫଆଇଆର ରୁଜୁ କରି ଗିରଫ କରିଥିଲେ ।

ଅଭିଯୁକ୍ତ ଜଣକ ନମାଜ ପଢ଼ୁଥିବା ବେଳେ ଜାତୀୟ ପତାକାକୁ ଅସମ୍ମାନ କରିଥିଲେ । ପତାକାକୁ ଅପମାନିତ କରିବା ପାଇଁ ମହମ୍ମଦ ତାରିକ ଅଜିଜଙ୍କୁ ଗିରଫ କରିବା ସହିତ ତାଙ୍କ ପାସପୋର୍ଟ ଏବଂ ଅନ୍ୟାନ୍ୟ ଯାତ୍ରା ଦଲିଲ ଜବତ କରାଯାଇଛି । ଅବଶ୍ୟ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପରେ ତାରିକଙ୍କୁ ବେଲ୍ ମିଳିଯାଇଛି ।

Get real time updates directly on you device, subscribe now.