fbpx

ରାଲି ପୂର୍ବରୁ ରାଜ ଠାକରେଙ୍କୁ ପୋଲିସର ଚେତାବନୀ- ଭାଷଣରେ ନହେଉ କୌଣସି ସମୁଦାୟର ଅପମାନ

ପୁଣେ: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର ପୁଣେରେ ଏକ ରାଲିକୁ ସମ୍ବୋନ୍ଧିତ କରିବେ । ତେବେ ଏହା ପୂର୍ବରୁ ପୋଲିସ ଅନେକ ସୂଚନା ଜାରି କରିଛନ୍ତି । ସ୍ୱରଗେଟ ପୋଲିସ ଥାନା ତରଫରୁ ଜାରି କରାଯାଇଥିବା ଗାଇଡଲାଇନ ଅନୂଯାୟୀ ରାଜ୍ ଠାକରେଙ୍କୁ କୁହାଯାଇଛି ଯେ ଭାଷଣ ସମୟରେ ସେ ଏକଥା ଉପରେ ଧ୍ୟାନ ଦିଅନ୍ତୁ ଯେପରି କୌଣସି ସମୁଦାୟର ଅପମାନ ନହେଉ, ଏହା ସହ ଲୋକଙ୍କ ମଧ୍ୟରେ ଘୃଣାଭାବ ଉତ୍ପନ୍ନ ନହେଉ ।

ସୂଚନାଯୋଗ୍ୟ, ଗତ ମାସରେ ଅଜାନ ଏବଂ ଲାଉଡସ୍ପିକରକୁ ନେଇ ଲଗାତାର ଭାବରେ ଚର୍ଚ୍ଚାରେ ରହିଥିଲେ ରାଜ ଠାକରେ । ତାଙ୍କର କାର୍ଯ୍ୟକର୍ତ୍ତା ଅନେକ ସ୍ଥାନରେ ରମଜାନ ସମୟରେ ଲାଉଡସ୍ପିକରରେ ହନୁମାନ ଚାଲୀସା ପାଠ ବଜାଇଥିଲେ ।

ପିଟିଆଇ ଅନୂଯାୟୀ ପୋଲିସ ସଭାକୁ ଆସିବାକୁ ଥିବା ଲୋକଙ୍କ ସଂଖ୍ୟା ସୀମିତ କରିବାକୁ ମଧ୍ୟ କହିଛି । ଏହା ସହ ରାଲିରେ କୌଣସି ପ୍ରକାର ହତିଆର ଆଣିବାକୁ ମଧ୍ୟ ବାରଣ କରାଯାଇଛି । ସଭା ଆୟୋଜିତ ହେବାକୁ ଥିବା ପୁଣେର ଗଣେଶ କଳା କ୍ରୀଡ଼ା ମଞ୍ଚରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନସେ ଅଧ୍ୟକ୍ଷ ସାଇନାଥ ବାବର କହିଛନ୍ତ ଯେ ରାଲିରେ ପ୍ରାୟ ୧୦-୧୫ ହଜାର ଲୋକ ସାମିଲ ହେବା ନେଇ ଅନୁମାନ କରାଯାଉଛି ।

ଉଲ୍ଲେଖଯୋଗ୍ୟ, ଜୁନ୍ ୫ ରେ ରାଜ ଠାକରେ ଅଯୋଧ୍ୟା ଗସ୍ତ ରହିଥିଲା, କିନ୍ତୁ ତାଙ୍କର ଏହି ଗସ୍ତକୁ ବାତିଲ କରାଯାଇଛି। ରାଲିରେ ଅଯୋଧ୍ୟା ଯାତ୍ରା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦିଆଯିବ ବୋଲି ଏନଏନଏସ ମୁଖ୍ୟ କହିଛନ୍ତି।

Get real time updates directly on you device, subscribe now.