fbpx

କ୍ରିପ୍ଟୋକରେନ୍ସୀରେ ନିବେଶକୁ ନେଇ ଏମିତି କହିଲେ ବିଲ୍ ଗେଟ୍ସ, ପଢ଼ନ୍ତୁ ସଂପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ବର୍ତ୍ତମାନ କ୍ରିପ୍ଟୋକରେନ୍ସୀକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଅନେକ ଏହି କ୍ରିପ୍ଟୋକରେନ୍ସୀରେ ନିବେଶ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଯେତେବେଳେ ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟ୍ସ କ୍ରିପ୍ଟୋକନ୍ସେୀରେ ନିବେଶକୁ ନେଇ ନିଜ ମତ ରଖିଥିଲେ ।

ରେଡିଟରେ ବିଲ୍ ଗେଟ୍ସ ୟୁଜର୍ସଙ୍କୁ ତାଙ୍କୁ ଯେକୌଣସି ଏକ ପ୍ରଶ୍ନ ପଚାରିବାକୁ କହିଥିଲେ । ତାଙ୍କୁ ୟୁଜର୍ସ କ୍ରିପ୍ଟୋକରେନ୍ସୀରେ ନିବେଶ ବିଷୟରେ ପଚାରଥିଲେ । ଯାହାର ଉତ୍ତରରୁ ଜଣାପଡ଼ୁଥିଲା ବିଲ ଗେଟ୍ସ କେବେବି କ୍ରିପ୍ଟୋକରେନ୍ସୀ ପାଇଁ ଆଗଭର ନୁହଁନ୍ତି । ଗୋଟିଏ ପଟେ ଅନ୍ୟ ନିବେଶକମାନେ କିପ୍ଟୋ ମୁହାଁ ହେଉଥିବାବେଳେ ବିଲ ଗେଟ୍ସ କ୍ରିପ୍ଟୋକୁ ଏପର୍ଯ୍ୟନ୍ତ ପସନ୍ଦ କରିନାହାଁନ୍ତି ।

ବିଲ୍ ଗେଟସ କ୍ରିପ୍ଟୋକରେନ୍ସୀକୁ ନେଇ ତାଙ୍କର ଅନିଚ୍ଛା ପ୍ରକାଶ କରିଥିଲେ । ସେ କହିଥିଲେ ଏହା ସୋସାଇଟିରେ ଥିବା ଅନ୍ୟ ନିବେଶ ଭଳି ନୁହେଁ । ସେ କହିଥିଲେ ମୁଁ ସେହି ଜିନିଷରେ ନିବେଶ କରିବାକୁ ପସନ୍ଦ କରେ ଯାହା ମୂଲ୍ୟବାନ୍ ଫଳାଫଳ ଦେଇଥାଏ । ଯେପରିକି ଗୋଟିଏ କମ୍ପାନୀର ମୂଲ୍ୟ ନିର୍ଭର କରେ କମ୍ପାନୀ କେତେ ଭଲ ଉତ୍ପାଦ ତିଆରି କରୁଛି । କ୍ରିପ୍ଟୋର ମୂଲ୍ୟ କିଛି ଏଭଳି ଯେମିତିକି ଜଣେ ବ୍ୟକ୍ତି କିଛି ନିଷ୍ପତ୍ତି ନେଉଛନ୍ତି ଏବଂ ଅନ୍ୟ ଜଣେ ଏଥିପାଇଁ ଦେୟ ଦେଉଛନ୍ତି, ତେଣୁ ଏହାକୁ ସମାଜରେ ଏକ ନିବେଶ ଭାବରେ ଧରାଯିବ ନାହିଁ ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଡିଜିଟାଲ କରେନ୍ସୀକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିଲ୍ । ନିକଟରେ ଏକ ସାକ୍ଷାତକାରରରେ ସେ କହିଥିଲେ ଯେ ସେ କ୍ରିପ୍ଟୋରେ ବିପଦ ଅଛି ବୋଲି ଏମିତି କହୁନାହିଁ, କିନ୍ତୁ ନୂଆ ନିବେଶକଙ୍କ ଶୁଭଚିନ୍ତକ ଭାବରେ ଏତିକି କହିବି ଯଦି ପାଖରେ ଏଲନଙ୍କ ଠାରୁ କମ୍ ଅର୍ଥ ଅଛି ତେବେ ଏହାଠାରୁ ଦୂରେଇ ରୁହନ୍ତୁ । ବର୍ତ୍ତମାନ ବିଲ୍ ଗେଟସ୍ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଭାବରେ ରହିଛନ୍ତି ।

 

Get real time updates directly on you device, subscribe now.