fbpx

‘କେନ୍ଦ୍ର ସରକାର ପ୍ରଥମେ ୧୫ ବଢ଼ାଇ ପରେ ୯ ଟଙ୍କା କମାଉଛନ୍ତି’: ପେଟ୍ରୋଲ ଦରକୁ ନେଇ ସଞ୍ଜୟଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏହା ପରେ ରାଜସ୍ଥାନ ଓ କେରଳ ରାଜ୍ୟ ଉପରେ ଭାଟ୍ ହ୍ରାସ କରିଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରରେ ତୈଳ ଦର ହ୍ରାସ କରିବାକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାୱତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ‘ମୋଦୀ ସରକାର ଏପର୍ଯ୍ୟନ୍ତ ମହାରାଷ୍ଟ୍ରର ଜିଏସଟି ପରିମାଣ ଫେରସ୍ତ କରିନାହାନ୍ତି । ଯଦି ଏହି ଟଙ୍କା ଫେରସ୍ତ କରନ୍ତି, ତେବେ ଆମେ ଏହି ସମ୍ବନ୍ଧରେ କିଛି କରିବୁ ।’

ଏହା ସହ ସେ କହିଛନ୍ତି ଯେ, ଆମର ହଜାର ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଉପରେ ବାକି ରହିଛି । ଏଥି ସହ ସେ କହିଛନ୍ତି ଯେ, ‘ପେଟ୍ରୋଲ ଓ ଡିଜେଲର ଦାମ୍ କମ୍ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କିନ୍ତୁ କେନ୍ଦ୍ର ସରକାର ପ୍ରଥମେ ୧୫ ଟଙ୍କା ବଢ଼ାଇଦେଲେ ପରେ ୯ ଟଙ୍କା କମାଇଦେଲେ । ତେଲ ଦର କମ୍ କରିବା ଦାୟିତ୍ୱ କେନ୍ଦ୍ର ସରକାର ନେଇଛନ୍ତି ।’ ଏହା ସହ ଦାଉଦକୁ ନେଇ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଛନ୍ତି ।

ତେବେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ନେଇ ଗତକାଲି ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଫଳରେ ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ହ୍ରାସ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୬ ଟଙ୍କା ହ୍ରାସ ହୋଇଛି । ଏହା ଫଳରେ ପେଟ୍ରୋଲ ଦର ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇଛି । ଆଜି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ ହୋଇଛି ।

Get real time updates directly on you device, subscribe now.