fbpx

୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ କାର୍ଗିଲ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ କୋବିନ୍ଦ; ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯିବେ । ଆସନ୍ତା ଜୁଲାଇ ୨୫-୨୭ ତାରିଖ ମଧ୍ୟରେ ରାଷ୍ଟ୍ରପତି ଜମ୍ମୁ କଶ୍ମୀର ଗସ୍ତ କରିବେ ବୋଲି ଜଣାପଡିଛି । ତିନି ସେନାର ସର୍ବମୁଖ୍ୟ ରାଷ୍ଟ୍ରପତି କାର୍ଗିଲ ବିଜୟ ଦିବସ ଅବସରରେ ସେନାକୁ ସମ୍ବୋଧିତ କରିବେ । ଏହା ସହିତ ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରାସ ୱାର ମେମୋରିଆଲରେ କାର୍ଗିଲ ଶହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ୨୦୧୯ରେ କୋବିନ୍ଦ ଜମ୍ମୁ କଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଖରାପ ପାଗ କାରଣରୁ ରାଷ୍ଟ୍ରପତିଙ୍କ ବିମାନ ଶ୍ରୀନଗରରୁ ଉଡାଣ ଭରି ପାରିନଥିଲା । ଏହି ୩ ଦିନିଆ ଗସ୍ତରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋବିନ୍ଦ ସମ୍ବୋଧିତ କରିବେ । କୋବିନ୍ଦଙ୍କ ଗସ୍ତକୁ ନେଇ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସହକାରୀ ଡିଜିପି ଓ ପୋଲିସ ସୁରକ୍ଷା ବିଭାଗର ଏସ୍ ଡି ସିଂ ଜମୱାଲ ସମସ୍ତ ପୋଲିସ୍ କର୍ମୀଙ୍କ ଛୁଟି ବାତିଲ କରିଛନ୍ତି ।

Get real time updates directly on you device, subscribe now.