fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ନେଲେ ସେଲ୍‌ଫି, ହାତରେ ରହିଛି ଏହି ଫୋନ୍‌

Advertisement

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବେ ଭାରତ ଗସ୍ତରେ ଅଛନ୍ତି । ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଭାରତ ଆସିଛନ୍ତି । ଏହି କ୍ରମରେ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି । ଏହି ଫଟୋରୁ ସେ କେଉଁ ଫୋନ୍ ଧରନ୍ତି ତାହା ମଧ୍ୟ ଜଣାପଡୁଛି

ତାଙ୍କ ହାତରେ ରହିଛି  iphone-15-pro-max । ତାଙ୍କ ପାଖରେ ଏହି ଫୋନ୍‌ର ବ୍ଲୁ ଟାଇଟେନିୟମ କଲର ଭାରିଆଣ୍ଟ ରହିଛି । ଏହି ସ୍ମାର୍ଟଫୋନ୍ ୩ ଷ୍ଟୋରେଜ୍ କନଫିଗ୍ରେସନ ସହ ଆସିଥାଏ । ଏହାକୁ ଆପଣ ୨୫୬ଜିବି, ୫୧୨ଜିବି, ଓ ୧ଟିବି ଷ୍ଟୋରେଜ୍ ଅପ୍ସନ ସହ କିଣିପାରିବେ । ଭାରତରେ ଏହାର ମୂଲ୍ୟ ୧,୫୯,୯୦୦ ଟଙ୍କାରୁ ଆରମ୍ଭ । ଆମ ଦେଶର ବହୁ ନେତା ଓ ସେଲିବ୍ରିଟିଙ୍କ ପାଖରେ ଏହି iphone-15-pro-max ଫୋନ୍ ନଜର ଆସିଥାଏ । ଏହି ଫୋନ୍ ବ୍ୟବହାର କରିବାର ଏକ ବଡ କାରଣ ଆପଲର ସିକ୍ୟୁରିଟି ସିଷ୍ଟମ । ଆପଲ ୟୁଜର୍ସଙ୍କୁ ଅନ୍ୟ ଆଣ୍ଡ୍ରଏଡ୍ ଫୋନ୍ ତୁଳନାରେ ଅଧିକ ପ୍ରାଇଭେସୀ ଓ ସିକ୍ୟୁରିଟି ଫିଚର ପ୍ରଦାନ କରିଥାଏ ।

Get real time updates directly on you device, subscribe now.