ଦେଶରେ ପଶିଛନ୍ତି ୧ ଲକ୍ଷ ଆକ୍ରମଣକାରୀ, ମୋଦିଜୀ ଆମକୁ ସାହାଯ୍ୟ କରନ୍ତୁ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ଆଉ ଏଭଳି ସମୟରେ ୟୁକ୍ରେନ ଏବେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ସାହାଯ୍ୟ ମଧ୍ୟ ମାଗିଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି । ଜେଲେନସ୍କୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପିଲ କରିଛନ୍ତି ଯେ ଭାରତ ଯୁକ୍ତରାଷ୍ଟ ସୁରକ୍ଷା ପରିଷଦରେ ରୁଷର ବିରୋଧ କରୁ ।

ଏନେଇ ଜେଲେନସ୍କୀ ଏକ ଟ୍ୱିଟ କରି କହିଛନ୍ତି ଯେ ‘ଭାରତର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି । ଆମର ଭୂମି ଉପରେ ପ୍ରାୟ ୧ ଲକ୍ଷରୁ ଅଧିକ ଆକ୍ରମଣକାରୀ ପ୍ରବେଶ କରିସାରିଛନ୍ତି । ସେମାନେ ଆବାସିକ ଘର ଉପରେ ଆଖିବୁଜା ଗୁଳିଚାଳନା କରୁଛନ୍ତି । ଆମେ ନିଜ କଥାବର୍ତ୍ତା ସମୟରେ ପିଏମ ମୋଦିଙ୍କୁ ଯୁକ୍ତରାଷ୍ଟ୍ରର ସୁରକ୍ଷା ପରିଷଦରେ ଆମକୁ ରାଜନୀତିକ ସମର୍ଥନ ଦେବାକୁ ଅନୁରୋଧ କରିଛୁ ।’

ପିଏମ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ରୁଷ୍ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ରୁଷର ସମଗ୍ର ଘଟଣା ବିଷୟରେ ଅବଗତ କରାଇଛନ୍ତି । ଜେଲେନସ୍କୀ ରୁଷରେ ହୋଇଥିବା ଧନଜୀବନ ନଷ୍ଟ ବିଷୟରେ ତାଙ୍କ ବୟାନ ରଖିଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ତଳେ ରୁଷ ରାଷ୍ଟ୍ରଦୂତ ସଂପୂର୍ଣ୍ଣ ଘଟଣାକ୍ରମକୁ ନେଇ ଭାରତ ଠାରୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ଏବଂ ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରିବାକୁ କହିଥିଲେ । ଆଉ ୟୁକ୍ରେନ ରାଷ୍ଟ୍ରପତି ମହାଭାରତର ଉଦାହରଣ ଦେଇ କହିଥିଲେ ଯେ ‘ସଙ୍କଟ ସମୟରେ ଭାରତକୁ କୃଷ୍ଣଙ୍କ ଭୂମିକା ନିଭାଇବାକୁ ପଡ଼ିବ ।’