ଓଡ଼ିଶା ଭାସ୍କର: ଯିଏ ଚାକିରି କରେ ସେ ଦରମା ପାଆନ୍ତି । ହେଲେ ଏମାନେ ହେଉଛନ୍ତି ଦେଶର ସର୍ବ ବୃହତ ଆସନରେ ବସିଥିବା ବ୍ୟକ୍ତି । ଯେଉଁ ମାନେ ଦେଶ ରାଜ୍ୟକୁ ଚଳାଉଛନ୍ତି । କେବେ ଭାବିଛନ୍ତି କି ଯେଉଁ ମାନେ ଦେଶକୁ ଚଳାଉଛନ୍ତି, ସେମାନଙ୍କର ଦରମା କେତେ ହୋଇଥିବ । ଦେଶକୁ ଚଳାଉଥିବା ବଡ଼ ବଡ଼ ଆସନରେ ବସିଥିବା ବ୍ୟକ୍ତିବେଶଷ ମାନେ ମଧ୍ୟ ଦରମା ପାଆନ୍ତି । କାରଣ ସେମାନେ ସମସ୍ତେ ଦେଶ ଏବଂ ରାଜ୍ୟକୁ ଚଳାଇବାର ଚାକିରି କରିଥାନ୍ତି । ସେ ରାଷ୍ଟ୍ରପତି ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ । ସମସ୍ତଙ୍କର ମାସିକ ଦରମା ରହିଛି । ତେବେ ଆସନ୍ତୁ ଜାଣିବା କାହାର ଦରମା କେତେ ।
ଆମ ଦେଶର ସର୍ବ ବୃହତ ଆସନରେ ବସିଥାନ୍ତି ମହାମହିମ ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକ ହେଉଛନ୍ତି ଦେଶର ରାଷ୍ଟ୍ରପତି । ଅନ୍ୟମାନଙ୍କ ଭଳି ରାଷ୍ଟ୍ରପତିଙ୍କର ମଧ୍ୟ ରହିଛି ମାସିକ ବେତନ । ମାସକୁ ତାଙ୍କର ବେତନ ହେଉଛି ୫ ଲକ୍ଷ ଟଙ୍କା । ଏହା ବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରାଷ୍ଟ୍ରପତିଙ୍କୁ ମିଳିଥାଏ । ଯେମିତି କି ରହିବା ପାଇଁ ଘର । ପରିବହନ ପାଇଁ ଖର୍ଚ୍ଚ ସବୁ ଭାରତ ସରକାର ଦେଇଥାନ୍ତି । ଏବେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବା ବେଳେ ସେ ମଧ୍ୟ ୫ ଲକ୍ଷ ଟଙ୍କା ଦରମା ପାଉଥିବେ । ସେହିଭଳି ଉପରାଷ୍ଟ୍ରପତି ମଧ୍ୟ ମାସିକ ଦରମା ପାଇଥାନ୍ତି । ଉପରାଷ୍ଟ୍ରପତିଙ୍କ କାମ କେବଳ ରାଷ୍ଟ୍ରପତି ନଥିବା ବେଳେ ପଡ଼ିଥାଏ । ଆଉ ଦରମା କଥା ଯଦି କହିବା ତେବେ ରାଷ୍ଟ୍ରପତିଙ୍କ ଠାରୁ ମାତ୍ର ଏକ ଲକ୍ଷ ଟଙ୍କା କମ୍ ମାନେ ୪ ଲକ୍ଷ ଟଙ୍କା ଦରମା ପାଇଥାନ୍ତି ଉପରାଷ୍ଟ୍ରପତି । ଏହା ପରେ ଆମେ କଥା ହେବା ରାଜ୍ୟର ଗଭର୍ଣ୍ଣର ମାନେ ରାଜ୍ୟପାଳଙ୍କ ଦରମା ଉପରେ । ପ୍ରତିଟି ରାଜ୍ୟର ଗଭର୍ଣ୍ଣରଙ୍କର ଦରମା ପ୍ରାୟତଃ ସମାନ ରହିଥାଏ । ରାଜ୍ୟପାଳଙ୍କର ଦରମା ରହିଥାଏ ମାସିକ ୩ ଲକ୍ଷ ୫୦ ହଜାର ଟଙ୍କା । ଦରମାକୁ ଛାଡ଼ିଦେଲେ ରହିବାକୁ ଘର ମିଳିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ ।
ଯଦି ଆମେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କର ଦରମାକୁ ତୁଳନା କରିବା ତେବେ ରାଜ୍ୟପାଳଙ୍କ ଦରମା ପ୍ରଧାନମନ୍ତ୍ରୀଙ୍କ ଦରମା ଠାରୁ ଅଧିକ ହୋଇଥାଏ । ଦେଶର ପ୍ରଧାନମନ୍ତ୍ରୀ ମାସିକ ଦରମା ୨ ଲକ୍ଷ ୮୦ ହଜାର ଟଙ୍କା ପାଇଥାନ୍ତି । ଯାହା ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦରମା ରହିଥିବ । ତେବେ ମୋଦୀଙ୍କ ଦରମା ରାଜ୍ୟପାଳଙ୍କ ଠାରୁ କମ୍ । କିନ୍ତୁ ଦେଶରେ ପ୍ରଧାନମନ୍ତ୍ରୀ ଭୂମିକା ସବୁଠାରୁ ଅଧିକ । ସେହିଭଳି ୟୁପିଏସସି ଚେୟାରମ୍ୟାନଙ୍କ ଦରମା ୨ ଲକ୍ଷ ୫୦ ହଜାର ଟଙ୍କା ରହିଥାଏ । ଦରମାକୁ ଛାଡ଼ିଦେଲେ ଭାରତ ସରକାରଙ୍କ ତରଫରୁ ଅନ୍ୟାନ୍ୟ ସୁବିଧା ମାନ ମଧ୍ୟ ମିଳିଥାଏ । ସେହିପରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦରମା ମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ରହିଥାଏ ।