fbpx

(Video)ବାଇକ ଆରୋହୀଙ୍କ ପାଇଁ ସଞ୍ଜିବନୀ, ଚାଳକଙ୍କ ଜୀବନ ବଞ୍ଚାଇବ ଏହି ସୁପର ଗ୍ୟାଜେଟ; ଦେଖନ୍ତୁ କିଭଳି କରିବ କାମ

ନୂଆଦିଲ୍ଲୀ: ଜୀବନ ମୁଲ୍ୟବାନ । କିନ୍ତୁ ଆମର କିଛିଟା କାର୍ଯ୍ୟକଳାପ ଆଉ ଅସାବଧାନିକତା ପାଇଁ ବାସ କିଛି ସେକେଣ୍ଡରେ ଜୀବନ ଚାଲି ଯାଉଛି । କେବଳ ଏତିକି ନୁହେଁ ପ୍ରତିଦିନ ସଡକ ଦୁର୍ଘଟଣାରେ ମଧ୍ୟ ଶହ ଶହ ଲୋକଙ୍କ ଜୀବନ ଯାଉଛି । ଦୁର୍ଘଟଣା ରୋକିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟ ହାତକୁ ନେଉଛନ୍ତି । କେଉଁଠାରେ କେତେ ସ୍ପିଡରେ ଗାଡି ଚଳାଇବା ଆବଶ୍ୟକ, ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା, ରାସ୍ତାରେ ସ୍ପିଡ ବ୍ରେକର ଭଳି ମଧ୍ୟ ବିଭିନ୍ନ କାର୍ଯ୍ୟ ହାତକୁ ନେଉଛନ୍ତି । କିନ୍ତୁ ଏହା ପରେ ମଧ୍ୟ କିଛି ଲୋକଙ୍କ ଅମାନିଆ ଆଉ ବେପାରୁଆ ଗୁଣ ପାଇଁ ସଡକ ଦୁର୍ଘଟଣା ହେଉଛି ।

ତେବେ ଏହାକୁ କିଭଳି ରୋକାଯାଇ ପାରିବ ତାହାକୁ ନେଇ ମଧ୍ୟ ଅନେକ ଗବେଷଣା କରାଯାଉଛି । ଆଉ ଆପଣ ଦେଖିଥିବେ କାର ଦୁର୍ଘଟଣା ହେଲେ ଏହାର ଚାଳକକୁ ରୋକିବା ପାଇଁ କିଭଳି କାରରେ ଏୟାର ବ୍ୟାଗ ଫିଟ କରାଯାଇଥାଏ । ଯାହା ଗାଡି ଦୁର୍ଘଟଣା ଗ୍ରସ୍ତ ହେବା ମାତ୍ରେ ଖୋଲି ଯାଏ ଆଉ ଏହାର ଚାଳକକୁ ସୁରକ୍ଷା ପ୍ରଦାନ କରେ । ଠିକ ସେହି ପରି ବାଇକ ଚାଳକ ମାନଙ୍କ ପାଇଁ ମଧ୍ୟ ଆସିବାକୁ ଯାଉଛି ।

ଯାହା ସହାୟତାରେ ବାଇକ ଚାଳକମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇ ପାରିବ । ତେବେ ଏଭଳି କିଛି ଆଣିବା ପାଇଁ ଏବେଠାରୁ ରିସର୍ଚ୍ଚ ଆରମ୍ଭ ହୋଇ ଗଲାଣି । କେବଳ ଏତିକି ନୁହେଁ ଏହାକୁ ଖୁବ ଶୀଘ୍ର ବଜାରକୁ ଆଣିବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି ।

ତେବେ ଭିଡିଓ ଟି ଦେଖି ଆପଣ ଜାଣି ପାରୁଥିବେ କିଭଳି ଏହା କାର୍ଯ୍ୟ କରିବ । କୌଣସି ର୍ଦୁଭାଗ୍ୟବସତଃ ଯଦି ଆପଣଙ୍କ ଗାଡି କୌଣସି କାର କିମ୍ବା କୌଣସି ସ୍ଥାନରେ ବାଇଡେ ହୋଇଯାଏ ତେବେ ଏହା ଆପଣଙ୍କୁ ସୁରକ୍ଷା ଦେବ । ଏଥିପାଇ ବାଇକ ଆରୋହୀଙ୍କୁ ଏକ ଏହାର ବ୍ୟାଗ ପିନ୍ଧିବାକୁ ପଡିବ । ଏବଂ ଯେତେ ବେଳେ ଆପଣଙ୍କ ଗାଡି ବାଡେଇ ହେବ ତାହା ଆପେ ଆପେ ଖୋଲି ଯିବ । ଆଉ ଏହି ଏୟାରବ୍ୟାଗ ଆପଣଙ୍କୁ ସୁରକ୍ଷା ଦେବ । ଯାହା ଦ୍ୱାରା ଆପଣ କୌଣସି ବଡ ଦୁର୍ଘଟଣାର ଶୀକାର ହେବେ ନାହିଁ।

ତେବେ ଏହାକ ଉପରେ ଏବେ କାର୍ଯ୍ୟ କରାଯାଉଛି । ଏବଂ ଏହି ଭଳି ସାମଗ୍ରୀ ଆଉ ଟେକନୋଲୋଜି ଯେତେ ଶୀଘ୍ର ବଜାରକୁ ଆସିବ ତାହା ଦ୍ୱାରା ବହୁ ଲୋକଙ୍କ ସୁରକ୍ଷା କରାଯାଇପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.