fbpx
BJD
BJD SKY
BJD SKY

Video: ପାକିସ୍ତାନରେ ଖାଇବାକୁ ପାଉ ନାହାନ୍ତି ଲୋକେ, ଅଟା ବାଣ୍ଟୁଥିବା ସରକାରୀ ଟ୍ରକ୍‌କୁ ଲୁଟିଲେ ଜନତା

ନୂଆଦିଲ୍ଲୀ: ଋଣଭାରରେ ବେକ ପର୍ଯ୍ୟନ୍ତ ବୁଡ଼ି ରହିଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଲାଣି । ପାକିସ୍ତାନର ଲୋକେ ଏବେ ଗୋଟିଏ ବେଳା ଖାଇବାକୁ ସଂଘର୍ସ କରୁଛନ୍ତି । ଦରଦାମ୍ ଆକାଶ ଛୁଆଁ ହୋଇଥିବା ବେଳେ, ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏଥିପାଇଁ ସରକାର ଲୋକମାନଙ୍କୁ ମାଗଣାରେ ଅଟା ବାଣ୍ଟିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କିନ୍ତୁ ସ୍ଥିତି ଏପରି ଯେ, ଲୋକେ ଅଟା ବାଣ୍ଟୁଥିବା ଟ୍ରକ୍‌କୁ ଲୁଟିବାକୁ ମଧ୍ୟ ପଛାଉ ନାହାନ୍ତି ।

ପେଶବାର୍ ହଜାର ଖବାନୀ ଅଞ୍ଚଳରେ ମାଗଣା ଅଟା ବାଣ୍ଟୁଥିବା ଟ୍ରକ୍ ଉପରେ ସ୍ଥାନୀୟଲୋକେ ଝଡ଼ ପରି ଖସି ପଡିଥିଲେ, ଯାହା ଆଗରେ ପୋଲିସ ଏବଂ ସାଧାରଣ ପ୍ରଶାସନ ବିବସ ନଜର ଆସୁଥିଲେ । ଅନ୍ୟପକ୍ଷରେ ଖାଇବର ପାଖ୍ଟନଖୱା ସରକାର ମାଗଣା ଅଟା ବଣ୍ଟନ ସଂପର୍କରେ ପେଶୱାରରେ ଅନେକ ଟ୍ରକ୍ ଆବଣ୍ଟନ କରିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ବିବାଦ ଓ ବିଶୃଙ୍ଖଳା ଦେଖାଦେଇଥିଲା ।

ତେବେ ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ, ଅଟା ବାଣ୍ଟିବା ପାଇଁ ହଜାର ଖବାନୀ ପାର୍କ ଏବଂ ହୟାତାବାଦ ସ୍ପୋଟ୍ସ କମ୍ପପ୍ଲେକ୍ସ ସେଣ୍ଟର ପ୍ରଦାନ କରାଯାଇଥିଲା । କିନ୍ତୁ ଭିଡ଼ ଏପରି ହୋଇଥିଲା ଯେ, ବ୍ୟବସ୍ଥା ସମ୍ପୁର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଏହି ପରିପ୍ରେକ୍ଷୀରେ ଖାଇବର ପାଖ୍ଟନଖୱା ମୁଖ୍ୟ ସଚିବ ନାଦିମ ଅସଲମ ଚ ଙ୍କୟ ଧରୀ ନୂତନ ମଇଦା ବଣ୍ଟନ କେନ୍ଦ୍ର ପରିଦର୍ଶନ କରିଥିଲେ କିନ୍ତୁ ସେଠାରେ ମଧ୍ୟ ସ୍ଥିତି ସମାନ ଥିଲା ।

ପାକିସ୍ତାନ ସରକାର ବର୍ତ୍ତମାନ ଏକ ବୃହତ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବିଶ୍ୱ ମୁଦ୍ରା ପାଣ୍ଠିରୁ ମିଳିବାକୁ ଥିବା ଋଣ ଏପର୍ଯ୍ୟନ୍ତ ମିଳିନାହିଁ । ଅନ୍ୟପକ୍ଷରେ ଶାହବାଜ ସରିଫ ସରକାର ଲୋକଙ୍କ ଉପରେ ଟିକସ ଭାର ବଢାଇ ଚାଲିଛନ୍ତି । ଏହା ବ୍ୟତୀତ ମୁଦ୍ରାସ୍ଫୀତି ମଧ୍ୟ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ରାସନ ଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ମୂଲ୍ୟ ମଧ୍ୟ ଆକାଶଛୁଆଁ । ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୫୦ ବର୍ଷର ସର୍ବୋଚ୍ଚ ସ୍ତରରେ ୩୧.୫ ପ୍ରତିଶତରେ ପହଞ୍ଚିଛି ।

ତେବେ ବର୍ତ୍ତମାନ ରମଜାନ ମାସ ଚାଲିଥୀଲେ ମଧ୍ୟ ମୁଦ୍ରାସ୍ଫୀତିର ଅବସ୍ଥା ଖରାପ ରହିଛି । ସବୁକିଛି ମହଙ୍ଗା ହୋଇଛି । କରାଚିର ସ୍ଥାନୀୟ ବ୍ୟବସାୟୀ ମହମ୍ମଦ ଇଶାକ କହିଛନ୍ତି ଯେ “ସବୁକିଛି ମହଙ୍ଗା ହୋଇଛି ଏବଂ ଖଜୁରୀ ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏଥି ସହିତ କଦଳୀ ମୂଲ୍ୟ ଡଜନ ୫୦୦ ଟଙ୍କା ଛୁଇଁଛି । ଏହା ବ୍ୟତୀତ ଅଙ୍ଗୁର ପ୍ରତି କିଲୋଗ୍ରାମ ୧୬୦୦ ଟଙ୍କାରେ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି ।

Get real time updates directly on you device, subscribe now.