fbpx

(Video) କାଶୀ ବିଶ୍ୱନାଥ ଧାମରେ ପ୍ରଧାନମନ୍ତ୍ରୀ: ଗର୍ଭଗୃହରେ ଚାଲିଛି ମୋଦୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ୨ ଦିନିକିଆ ଗସ୍ତରେ ନିଜ ସଂସଦୀୟ କ୍ଷେତ୍ର ବାରାଣସୀ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦିନରେ ସହରର ବିଭିନ୍ନ ବିକାଶ କାର୍ଯ୍ୟ ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ବିଜେପି ତରଫରୁ ଆଶାୟୀ ପ୍ରାର୍ଥିଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ଗୋଷଣା ହେବା ପରେ ପ୍ରଥମ ଥର ପାଇଁ ବନାରସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ କାଶୀ ବିଶ୍ୱନାଥ ଧାମରେ ପହଞ୍ଚି ସେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି ।

ଏକ ରୋଡ ଶୋ’ ଜରିଆରେ ବାରାଣସୀ ଗସ୍ତର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରୁ ରୋଡ ଶୋ’ କରି କପିଲ ଚୌରା, ଲହୁରାବୀର ରାସ୍ତାରେ ମୋଦୀ କାଶୀ ବିଶ୍ୱନାଥ ଧାମରେ ପହଞ୍ଚିଛନ୍ତି । ଏହାପରେ କାଶୀ ବିଶ୍ୱନାଥ ଧାମର ଗର୍ଭଗୃହରେ ବସି ପୂଜାର୍ଚ୍ଚନା କରୁଥିବାର ମଧ୍ୟ ଦେଖାଯାଇଛି । ଏହାପରେ ଶୃଙ୍ଗାର ଆରତୀରେ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଦେକିବା ପାଇଁ ବିଭିନ୍ନ ସ୍ଥାନରେ ଭିଡ଼ ଲାଗିତିବା ଦେଖିବାକୁ ମିଳିଛି । ରୋଡ ଶୋ’ ସମୟରେ ସମସ୍ତ ବାସିନ୍ଦାଙ୍କୁ ମୋଦୀ ଅଭିବାଦନ ମଧ୍ୟ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ ତାଙ୍କୁ ସ୍ୱାଗତ କରିବା ପରେ ରୋଡ୍ ଶୋ’ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.