fbpx

ଘୋଷଣା ହେଲା ‘ସାହିତ୍ୟ ଭାରତୀ ସମ୍ମାନ’: ସାହିତ୍ୟିକ ଅର୍ଚ୍ଚନା ନାୟକଙ୍କୁ ବିଳିବ ପୁରସ୍କାର

ଭୁବନେଶ୍ୱର: ସାହିତ୍ୟ ଭାରତୀ ସମ୍ମାନ ପାଇଁ ଘୋଷଣା ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଅର୍ଚ୍ଚନା ନାୟକଙ୍କୁ ‘ସାହିତ୍ୟ ଭାରତୀ ସମ୍ମାନ’ ପୁରସ୍କାର ପ୍ରଦାନ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଏ ନେଇ ପୁରସ୍କାର ଘୋଷଣା କରାଯାଇଛି । କବି ଅମରେନ୍ଦ୍ର ମାଧବ ଦାଶଙ୍କୁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ରେ ସମ୍ମାନିତ କରାଯିବ । ଏହାବ୍ୟତୀତ ପ୍ରଭାକର ଶତପଥୀଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ମିଳିବ । କଥାଶିଳ୍ପୀ ଗାୟତ୍ରୀ ସରାଫଙ୍କୁ ମଧ୍ୟ ସମ୍ମାନିତ କରାଯିବ । ରାୟତ୍ରୀ ସରାଫଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ଦିଆଯିବ ବୋଲି ସୂଚନା ପ୍ରକାଶ ପାଇଛି । ବରିଷ୍ଠ ସାମ୍ବାଦିକ ରବି ଦାସଙ୍କୁ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯିବ । ଏପ୍ରିଲ ୭ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ବ୍ୟକ୍ତିତ୍ୱମାନଙ୍କୁ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରାଯିବ ।

Get real time updates directly on you device, subscribe now.