fbpx

ବିହାରରେ କୋଶୀ ରେଳ ମହାସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବିହାର,୧୮ ।୯: ବିହାରରେ ମିଥିଲା ଅଞ୍ଚଳକୁ ସଂଯୋଗ କରୁଥିବା କୋଶୀ ରେଳ ମହାସେତୁକୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ସହ ଯୋଡିହୋଇଥିବା ୧୨ ଟି ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ବିହାରରେ ରେଳ ସଂଯୋଗ କ୍ଷେତ୍ରରେ ଆଜି ଏକ ନୂତନ ଇତିହାସ ସୃଷ୍ଟି ହୋଇଛି । ପ୍ରାୟ ସାଢେ ଆଠ ଦଶନ୍ଧି ପୂର୍ବରୁ ଏକ ଭୟଙ୍କର ଭୂକମ୍ପ ବିପର୍ଯ୍ୟୟ ମିଥିଲା ଏବଂ କୋଶୀ ଅଞ୍ଚଳକୁ ପୃଥକ କରିଥିଲା । ଆଜି, ଏହା ଏକ ସଂକେତ ଅଟେ ଯେ କରୋନା ଭଳି ଏକ ବିଶ୍ୱସ୍ତରୀୟ ମହାମାରୀ ମଧ୍ୟରେ ଏହି ଦୁଇଟି ଜୋନ୍ ପରସ୍ପର ସହିତ ସଂଯୁକ୍ତ ହୋଇଛନ୍ତି । ଏହି ସେତୁ ଉତ୍ତର-ପୂର୍ବ ଭାରତ ରାଜ୍ୟ ସହିତ ଏହି ଅଞ୍ଚଳକୁ ସଂଯୋଗ କରିବ ।’

ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ସଂଶୋଧନ ବିଲକୁ ନେଇ କୃଷକଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି- କୃଷକଙ୍କୁ ଭ୍ରମିତ କରିବାକୁ ବହୁତ ଶକ୍ତି ଲାଗିଛି। କୃଷକ ଭାଇ ଓ ଭଉଣୀମାନଙ୍କୁ ଆଶ୍ୱସ୍ତ କରୁଛି ଏମ୍‌ଏସ୍‌ପି ଓ ସରକାରୀ କ୍ରୟ ବ୍ୟବସ୍ଥା ପୂର୍ବ ଭଳି ରହିବ । ଏହି ବିଲ୍ ପ୍ରକୃତରେ କୃଷକଙ୍କୁ କେତକ ବିକଳ୍ପ ପ୍ରଦାନ କରିବ । ଏହା କୃଷକଙ୍କୁ ଆହୁରି ସଶକ୍ତ କରିବ ।ଏହି ବିଲ୍ ଦ୍ୱାରା କୃଷକ ମିଡିଲ୍ ମ୍ୟାନ୍ ବା ଦଲାଲ ସହ ଅନ୍ୟ ଅବରୋଧରୁ ମୁକ୍ତି ପାଇବେ ।

Get real time updates directly on you device, subscribe now.