fbpx

(Video)୪ର୍ଥ ଟେଷ୍ଟ ପୂର୍ବରୁ ଷ୍ଟାଡିୟମ ବୁଲିଲେ ପ୍ରଧାନମନ୍ତ୍ରୀ, ମୋଦୀଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଆଣିବା କି ଗୁଡଲକ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ଆଜି ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେଙ୍କୁ ଏକତ୍ର କ୍ରିକେଟ୍ ମ୍ୟାଚ୍ ଦେଖୁଛନ୍ତି। ତେବେ ଖେଳ ପୂର୍ବରୁ ଏହି ଦୁହିଁ ପ୍ରଧାନମନ୍ତ୍ରୀଙ୍କୁ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୋରଦାର କରତାଳି ଏବଂ ସମ୍ମାନର ସହ ସ୍ୱାଗତ କରାଯାଇଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଗଲ୍ଫ କାର୍ଟରୁ ନିର୍ମିତ ଏକ ରଥରେ ଦୁଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ଏକ ରାଉଣ୍ଡ ନେଇ ଥିଲେ। ଖେଳ ପାଇଁ ଆଜି ଷ୍ଟାଡିୟମରେ ବହୁତ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ଦଳର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟିଭ୍ ସ୍ମିଥଙ୍କୁ ଦୁଇ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ।

ବର୍ତ୍ତମାନ ଭାରତୀୟ ଦଳ ସିରିଜରେ ୨-୧ରେ ଆଗରେ ରହିଛି। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ଆସିଛି। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ସୁଯୋଗ ଦିଆଯାଇଥିଲା। ତେବେ ଆଜିର ଖେଳ ଉପରେ ସମସ୍ତଙ୍କ ନଜର।

ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଭାରତୀୟ ଦଳ ପାଇଁ ଏକଦମ ପ୍ରସ୍ତୁତ ଅଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବାକୁ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଦଳ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ତେବେ ଆଜିର ମ୍ୟାଚ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ରହିବେ । ତାଙ୍କର ଉପସ୍ଥିତି ଭାରତୀୟ ଖେଳାଳିଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭାଇବ।

ଭାରତୀୟ ଦଳ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଖେଳ ପାଇଁ ଟିମ :ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏସ୍ ଭରତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି ଏବଂ ଉମେଶ ଯାଦବ ଟିମ ରେ ସାମିଲ ରହିଛନ୍ତି ।

ଅଷ୍ଟ୍ରେଲିଆ ଦଳ: ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମାର୍ନୁସ ଲବୁସେନ , ଷ୍ଟିଭ ସ୍ମିଥ (କ୍ୟାପଟେନ), ପିଟର ହ୍ୟାଣ୍ଡସକମ୍ବ, କ୍ୟାମେରନ୍ ଗ୍ରୀନ୍, ଆଲେକ୍ସ କେରି (ୱିକେଟ୍ କିପର), ମିଚେଲ ଷ୍ଟାର୍କ, ଟଡ ମର୍ଫି, ମାଥ୍ୟୁ କୁହମେନ ଏବଂ ନାଥାନ ଲାୟନ ଟିମରେ ସାମିଲ ଅଛନ୍ତି ।

Get real time updates directly on you device, subscribe now.