fbpx

ଜୀବନସାଥୀ, ଡାକ୍ତରଙ୍କ ଅପେକ୍ଷା ମ୍ୟାନେଜରମାନେ ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଏକ ସଦ୍ୟ ରିପୋର୍ଟ ମୁତାବକ, ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା କ୍ଷେତ୍ରରେ ଚାକିରିର ଏକ ବଡ଼ ଭୂମିକା ରହିଥିବା ବିଶ୍ୱସ୍ତରର ୬୦ ପ୍ରତିଶତ କର୍ମଚାରୀ ଅନୁଭବ କରନ୍ତି । ଏଥିପାଇଁ ଅନେକ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ତେବେ ଉଚ୍ଚ ଦରମାର ଚାକିରି ଓ ପେ କଟ କ୍ଷେତ୍ରରେ ସେମାନେ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଥାନ୍ତି ବୋଲି କହିଥିଲେ ।

ମ୍ୟାନେଜରମାନେ ଲୋକଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାନ୍ତି । ସେମାନଙ୍କର ଜୀବନସାଥୀଙ୍କର ଏ କ୍ଷେତ୍ରରେ ପ୍ରଭାବ (ଉଭୟ ୬୯ ପ୍ରତିଶତ), ଡାକ୍ତରଙ୍କର (୫୧ ପ୍ରତିଶତ), ଥେରାପିଷ୍ଟଙ୍କର (୪୧ ପ୍ରତିଶତ) ପ୍ରଭାବ ରହିଥିବା ସର୍ଭେରେ କୁହାଯାଇଛି । କାର୍ଯ୍ୟ ସମ୍ପର୍କିତ ଚାପ କାରଣରୁ ପରବର୍ତ୍ତୀ ୧୨ ମାସ ମଧ୍ୟରେ ବିଶ୍ୱସ୍ତରର ୪୦ ପ୍ରତିଶତ ସି-ସ୍ତରୀୟ ଲିଡରମାନେ ଚାକିରି ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ପୂର୍ବାନୁମାନ କରାଯାଇଛି ।

ଚଳିତ ମାସରେ ଦି ୱାର୍କଫୋର୍ସ ଇନଷ୍ଟିଚ୍ୟୁଟ ଆଟ ୟୁକେଜି ପକ୍ଷରୁ ମ୍ୟାନେଜରର୍ସ ଓ ମନି ରିପୋର୍ଟ ପ୍ରକାଶ ପାଇଥିଲା । ସେଥିରେ ୧୦ଟି ଦେଶରେ କାର୍ଯ୍ୟରତ କର୍ମଚାରୀଙ୍କ ଭୂମିକାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସର୍ଭେ ମୁତାବକ, ଚାକିରି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ଗ୍ଲୋବାଲ ସ୍ତରରେ ପାଞ୍ଚ ଜଣରୁ ଜଣେ କର୍ମଚାରୀ ବିଶ୍ୱାସ କରନ୍ତି । ତେବେ ଏହି ସଂଖ୍ୟା ମହିଳା କର୍ମଚାରୀଙ୍କ କ୍ଷେତ୍ରରେ ଆହୁରି ଅଧିକ ରହିଛି ।

କାର୍ଯ୍ୟ ଦିବସ ଶେଷରେ ‘ପ୍ରାୟତଃ’ ବା ‘ଅଧିକାଂଶ’ କ୍ଲାନ୍ତ ହୋଇପଡ଼ିଥାନ୍ତି ବୋଲି ୪୩ ପ୍ରତିଶତ କର୍ମଚାରୀ କହିଥିବା ବେଳେ ଖରାପ ଚାପ କାର୍ଯ୍ୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଉଥିବା ୭୮ ପ୍ରତିଶତ କହିଛନ୍ତି । କାର୍ଯ୍ୟ କ୍ଷେତ୍ରର ଚାପ ଘରୋଇ ଜୀବନ ଉପରେ ୭୧ ପ୍ରତିଶତ, କଲ୍ୟାଣ ଉପରେ ୬୪ ପ୍ରତିଶତ ଓ ସମ୍ପର୍କ ଉପରେ ୬୨ ପ୍ରତିଶତ ନକରାତ୍ମକ ପ୍ରଭାବ ପକାଉଥିବା କର୍ମଚାରୀମାନେ କହିଥିବା ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.