fbpx

ବାରିପଦାରେ ପ୍ରଧାନମନ୍ତ୍ରୀ, ଛଉ ପଡିଆରେ ବିଶାଳ ଜନସଭାକୁ ସମ୍ବୋଧନ

ଭୁବନେଶ୍ୱର: ବାରିପଦାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନା ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ବାରିପଦାରେ ପହଞ୍ଚିଛନ୍ତି । ବାରିପଦା ଛଉ ପଡିଆରେ ସେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପରେ ବାଲେଶ୍ୱର ଓ କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ରହିଛି । ଦେଶରେ ଲୋକସଭା ନିର୍ବାଚନର ୭ଟି ପର୍ଯ୍ୟାୟ ୬ଟି ପର୍ଯ୍ୟାୟ ଶେଷ ହୋଇଛି ଓ ଆଉ ଗୋଟିଏ ପର୍ଯ୍ୟାୟ ବାକି ରହିଛି । ଓଡିଶାରେ ଜୁନ୍ ୧ରେ କିଛି ଲୋକସଭା ଓ ବିଧାନସଭା ଆସନ ଲାଗି ଶେଷ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ୨ ଦିନ ନିର୍ବାଚନ ପ୍ରଚାର ଜାରି ରହିଥିବା ବେଳେ କେନ୍ଦ୍ର ନେତାଙ୍କ ସହିତ ବିଜେଡି ଓ କଂଗ୍ରେସ ମଧ୍ୟ ଏହାର ପ୍ରଚାର ଅଭିଯାନ ଜାରି ରଖିଛି ।

Get real time updates directly on you device, subscribe now.