fbpx

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ !

ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରର ୧୪ଟି ରାଜ୍ୟର ୨୫ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ନେଇ ବିଜେପି ପକ୍ଷରୁ ଏକ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଉଛି । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବା ସମ୍ଭାବନା ରହିଛି । ଗୋଟିଏ ସପ୍ତାହରେ ୨ଥର ଅର୍ଥାତ ଫେବୃଆରୀ ୩ ଏବଂ ୧୦ରେ ମୋଦୀ ଓଡ଼ିଶା ଆସିପାରନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦେଶରେ ୨ଟି ବିଶାଳ ମହିଳା ସମାବେଶର ଆୟୋଜନ କରିବାକୁ ଯାଉଛି । ପ୍ରଥମଟି ଓଡ଼ିଶାର ଭୁବନେଶ୍ୱରରେ ହେବାକୁ ଥିବା ବେଳେ ଅନ୍ୟଟି ମଧ୍ୟପ୍ରଦେଶରେ ଆୟୋଜିତ ହେବ । ଭୁବନେଶ୍ୱରରେ ହେବାକୁ ଥିବା ମହିଳା ସମାବେଶରେ ବହୁ କେନ୍ଦ୍ରୀୟ ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଯଦି ୧୦ ତାରିଖ ମୋଦୀ ଓଡ଼ିଶା ଆସନ୍ତି, ତେବେ ଗୋଟିଏ ସପ୍ତାହ ଭିତରେ ଦୁଇ-ଦୁଇ ଥର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ହେବ । ଏହା ପୂର୍ବରୁ ଫେବୃୟାରୀ ୩ ତାରିଖରେ ସମ୍ବଲପୁର ଆଇଆଇଏମ୍’ର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦୀ । ସରକାରୀ କାର୍ଯ୍ୟକ୍ରମ ବାହାରେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ସେହିପରି ପ୍ରଧାନମନ୍ତ୍ରୀ ଏକ ଜନସଭାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି ।

Get real time updates directly on you device, subscribe now.