fbpx

ପ୍ୟାର୍ କେ ଲିୟେ କୁଛ୍ ଭି କରେଗା: ପ୍ରେମ ପାଇଁ ରାଜବଂଶ ଛାଡ଼ିବେ ରାଜକୁମାରୀ, ଧରିବେ ଏହି ଯୁବକଙ୍କ ହାତ

ନୂଆଦିଲ୍ଲୀ: କୁହାଯାଏ ପ୍ରେମ କେତେବେଳେ କାହା ସହ ହୁଏ ତାହା କହିହୁଏନି । ପ୍ରେମ ଉଚ୍ଚନୀଚ, ଧନି-ଗରିବ, ରଙ୍ଗ କିଛି ବି ଦେଖେନି । କେବଳ ସୁନ୍ଦର ହୃଦୟ ଟିଏ ଦରକାର । ତେବେ ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଜାପାନ୍ ଠାରେ । ଜାପାନ୍ ରାଜକୁମାରୀ ମାକୋ ଜଣେ ସାଧାରଣ ଯୁବକଙ୍କ ବିବାହ କରିବାକୁ ଯାଉଛନ୍ତି । ରାଜକୁମାରୀ ନିଜ ପ୍ରେମିକ ପାଇଁ ୭ ଥର ଅଲଗା ଅଲଗା ବିବାହ ପ୍ରସ୍ତାବଠାରୁ ମୁହଁ ଫେରାଇ ନେଇଛନ୍ତି ।

୨୯ ବର୍ଷୀୟା ରାଜକୁମାରୀ ମାକୋ ହେଉଛନ୍ତି ଜାପାନର ବର୍ତ୍ତମାନର ରାଜା ନାରୁହିତୋଙ୍କ ଭାଈ ରାଜକୁମାର ଆକିଶୀନୋଙ୍କ ଝିଅ । ତାଙ୍କ ଶ।ହୀ ପରିବାର ତରଫରୁ ପାଖାପାଖି ୯.୧୦ କୋଟି ଟଙ୍କାର ସମ୍ପତ୍ତି ମିଳିବାର ଥିଲା କିନ୍ତୁ ସେ ତାକୁ ଏଡାଇଦେଇଛନ୍ତି ଓ ନିଜର ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ସେ ଜଣେ ସାଧାରଣ ଯୁବକ ତଥା ତାଙ୍କ ପ୍ରେମିକ କୋମୁରୋଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କାରଣ ରାଜକୁମାରୀ ଉକ୍ତ ଯୁବକଙ୍କୁ ପ୍ରେମ କରୁଚନ୍ତି ।

ଅନେକ ସମୟ ପରେ ଶାହୀ ପରିବାର ବି ଏହି ବିବାହ ପାଇଁ ରାଜି ହୋଇଛନ୍ତି । ଆଉ ବିବାହ ପରେ ମାକୋ ଜାପାନ ଛାଡ଼ି ଆମେରିକାରେ ରହିବେ । ତେବେ ଏହି ବିବାହ କେବେ ହେବ ସେ ବିଷୟରେ କିଛି ବି ସୂଚନା ମିଳିନାହିଁ । କୋମୁରୋ ଏବେ ଆଇନ ପାଠ ପଢ଼ୁଛନ୍ତି । ମାକୋ କହିଛନ୍ତି ଯେ, ସେମାନେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ରହି ପାରିବେ ନାହିଁ ।

କୋମୁରୋ ୨୦୧୩ ଡିସେମ୍ବର ରେ ଏକ ରାତ୍ରିଭୋଜନ ସମୟରେ ପ୍ରେମ ନିବେଦନ କରିଥିଲେ ଓ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ । ଦୁହେଁ ନିଜ ପ୍ରେମକୁ ଅନେକ ଦିନ ପର୍ଯ୍ୟନ୍ତ ଲୁଚେଇ ରଖିଥିଲେ । ଏହାପରେ ମାକୋ ପାଠ ପଢ଼ିବାକୁ ବ୍ରିଟେନ୍ ଚାଲିଯାଇଥିଲେ । ତେବେ ଜାପାନର ଶାହୀ ପରିବାରର ନିୟମାନୁସାରେ, ରାଜବଂଶର ବାହାରେ କେଉଁଠି ବିବାହ କଲେ ମହିଳାଙ୍କୁ ଉତ୍ତରାଧିକାରୀ ବୋଲି ଧରାଯାଏ ନାହିଁ ।

Get real time updates directly on you device, subscribe now.