ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୧୦ ତାରିଖ ବିଶ୍ୱ ମାନବାଧିକାର ଦିବସ ତଥା ରାଜ୍ୟ କଏଦୀ କାରାଗାର ପ୍ରତିଷ୍ଠା ଦିବସ ଅବସରରେ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଖୋଲିଛି ନୂତନ ସିନେମା ହଲ୍ । ଫଳରେ ଏଣିକି ଜେଲ ଭିତରେ ଥାଇ କଏଦୀମାନେ ଫିଲ୍ମ ଦେଖିବାର ମଜା ଉଠାଇ ପାରିବେ । କଏଦୀଙ୍କ ମାନସିକ ଚାପ ଓ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମନୋରଞ୍ଜନର ସୁଯୋଗ ମିଳିଲେ କଏଦୀଙ୍କ ମାନସିକ ସ୍ଥିତିରେ ସୁଧାର ଆସିବ ବୋଲି ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ।
ଜେଲ ଭିତରେ ଅନଲାଇନରେ ବିଗ ସ୍କ୍ରିନରେ କଏଦୀମାନେ ଫିଲ୍ମ ଦେଖିବାର ସୁଯୋଗ ପାଇ ପାରିବେ । କଏଦୀମାନେ ନିଜକୁ ସଂସ୍କାରମୂଳକ ସ୍ଥିତିରେ କିପରି ପରିବର୍ତ୍ତନ କରିବେ, ତାହାକୁ ଦୃଷ୍ଟିରେ ରଖି ଜେଲ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସିନେମା ହଲରେ ପ୍ରଥମ ଫିଲ୍ମ ୧୨ଟା ୩ଟା ପର୍ଯ୍ୟନ୍ତ ସ୍କ୍ରିନିଂ କରାଯାଇଥିବା ବେଳେ ତାହା ୧୦୦ କ୍ଷମତା ଥିବା କଏଦୀଙ୍କ ଉଦ୍ଦିଷ୍ଟ । ପ୍ରତ୍ୟେକ ଦିନ ସିନେମା ପରିବେଷଣର ସୁବିଧା କରାଯାଇଥିବା ବେଳେ ମହିଳା କଏଦୀମାନେ କେବଳ ରବିବାର ଦିନ ସିନେମା ଦେଖିବାର ସୁଯୋଗ ପାଇବେ ବୋଲି କୁହାଯାଇଛି ।