fbpx

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ସେବା ବନ୍ଦ, ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଲେ ଯାତ୍ରୀ

Advertisement

କୋଣାର୍କ: କୋଣାର୍କ-ଭୂବନେଶ୍ୱର ରୁଟ୍‌ରେ ଚାଲୁଥିବା ‘ମୋ ବସ୍‌’ ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ । ନିମପାଡା-କୋଣାର୍କ ଘରୋଇ ବସ୍ ମାଲିକ ସଂଘ ଆସୋସିଏସନ ଏହି ଅଞ୍ଚଳରେ ମୋ ବସ୍ ସେବାକୁ ବିରୋଧ କରିବା ପରେ କୋଣାର୍କ-ଭୁବନେଶ୍ୱର ଏବଂ ଅସ୍ତରଙ୍ଗ-ଭୁବନେଶ୍ୱର ମଧ୍ୟରେ ଘରୋଇ ବସ୍ ସେବା ବନ୍ଦ ହୋଇଯାଇଛି । ଯାହା ଫଳରେ ଅନେକ ଯାତ୍ରୀ ହଇରାଣ ହରକତ ହୋଇଛନ୍ତି ।

ଭୁବନେଶ୍ୱରରୁ କୋଣାର୍କ ଚାଲୁଥିବା ମୋ ବସ୍ ସେବା ବିନା ପରମିଟ୍‌ରେ ଚାଲୁଥିବା ଅଭିଯୋଗ କରି କୋଣାର୍କ ଏବଂ ନିମାପଡା ବସ୍ ମାଲିକ ସଂଘ ଏହି ଆନ୍ଦୋଳନ କରୁଛନ୍ତି । ଏହାର ପ୍ରତିବାଦରେ କୋଣାର୍କ-ଭୁବନେଶ୍ୱର ଏବଂ କାକଟପୁର-ଭୁବନେଶ୍ୱର ଚାଲୁଥିବା ସମସ୍ତ ଘରୋଇ ବସ୍ ସେବାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିଛି । ଏହା ସହିତ କୋଣାର୍କକୁ ଆସୁଥିବା ମୋ ବସ୍‌କୁ କୋଣାର୍କ ବସ୍ ଷ୍ଟାଣ୍ଡରେ ଅଟକ ରଖିଛନ୍ତି । ଫଳରେ କୋଣାର୍କରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀ କିମ୍ବା ଦୈନିନ୍ଦିନ କାର୍ଯ୍ୟରେ ଯିବା ଆସିବା କରୁଥିବା ଯାତ୍ରୀ ପ୍ରଭାବିତ ହୋଇଛନ୍ତି ।

କମ ଭଡା ଏବଂ ଆକର୍ଷଣୀୟ ସେବା ଦ୍ୱାରା ମୋ ବସ ସମସ୍ତଙ୍କ ଆଦୃତ ହୋଇପାରିଛି। ତେଣୁକରି ଘରୋଇ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ମୋ ବସ୍‌ରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ଏହା ସହିତ ଘରୋଇ ମାଲିକ ସଂଘର ଅଭିଯୋଗ ଅନୁଯାୟୀ ଭୁବନେଶ୍ୱରୁ ଚାଲୁଥିବା ମୋ ବସ୍ ଗୁଡ଼ିକ ବିନା କୌଣସି ପରମିଟ୍‌ରେ ଚାଲୁଛି । ଯାହା ଦ୍ୱାରା ସେମାନଙ୍କର ବ୍ୟାପାର ପ୍ରଭାବିତ ହେଉଛି । ଏହା ଫଳରେ ଘରୋଇ ବସ୍‌ରେ କାର୍ଯ୍ୟ କରୁଥିବା ଡ୍ରାଇଭର୍‌, କଣ୍ଡକ୍ଟର ଏବଂ ହେଲପର ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.