୪ ଦିନ ପରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଳାଚଳ, ବିଭିନ୍ନ ସ୍ଥାନରେ ଗଡ଼ିଲା ବସ୍
ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଗଡ଼ିଲା ଘରୋଇ ବସ୍।
ଭୁବନେଶ୍ୱର: ଗଡ଼ିଲା ଘରୋଇ ବସ୍। ୪ ଦିନ ପରେ ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଲାଚଳ। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ ସ୍ଥାନରେ ଚାଲିଲା ଘରୋଇ ବସ୍।
ଦୀର୍ଘ ୪ ଦିନ ହେବ ନିଜ ଜିଦ୍ ରେ ଅଟଳ ଥିଲେ ଡ୍ରାଇଭର ମହାସଂଘ। ସେମାନଙ୍କ ଦାବି ସରକାର ପୂରଣ ନ କରିବା ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ଘୋଷଣା କରିଥିଲା।
ହେଲେ ଗତକାଲି ପୁରୀରେ ଘରୋଇ ବସ୍ ମାଲିକ ସଂଘ ଏ ଉପରେ ଏକ ବୈଠକ କରିଥିଲେ। ଯେଉଁଥିରେ ନିଷ୍ପତ୍ତି ହୋଇଥିଲା କି, ଆଜିଠାରୁ ବସ୍ ଚାଲିବ। ଆଉ ବସ୍ ଚାଲିବା ମାତ୍ରେ ସରକାର ସୁରକ୍ଷା ଦେବେ। ତେଣୁ ଆଜିଠାରୁ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ୍ ହୋଇଛି।