fbpx

ଘୋଷଣା ହେଲା ଟି-୨୦ ବିଶ୍ୱକପର Prize Money: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ…

Advertisement

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଏଥିପାଇଁ ସମସ୍ତ ଦଳ ଏବେ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଆଇସିସି ଘୋଷଣା କରିଛି ଟୁର୍ଣ୍ଣାମେଣ୍ଟର ପ୍ରାଇଜ ଆମାଉଣ୍ଟ । ବିଶ୍ୱକପ ବିଜେତା ଦଳଠୁ ଆରମ୍ଭ କରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଦଳ ପର୍ଯ୍ୟନ୍ତ ପ୍ରତ୍ୟେକ ଦଳ ପାଇଁ ପ୍ରାଇଜ ମନି ଘୋଷଣା ହୋଇଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଦଳ କେତେ ଟଙ୍କା ପାଇବେ ଏହି ଟୁର୍ଣ୍ଣାମେଣ୍ଟରୁ ।

ଆସନ୍ତା ଟି-୨୦ ବିଶ୍ୱକପରେ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ଦଳ ପାଇଁ ସବୁଠୁ କମ୍ ଅର୍ଥାତ ୩୨ ଲକ୍ଷ ଟଭ୍କା ପ୍ରଦାନ କରାଯିବ । ସେହିପରି ପ୍ରଥମ ରାଉଣ୍ଡରେ ବିଜୟଲାଭ କରିଥିବା ଦଳକୁ ମଧ୍ୟ ୩୨ ଲକ୍ଷ ଟଙ୍କା ଉପହାର ଦିଆଯିବ । ତେବେ ବିଶ୍ୱକପର ଚମ୍ପିଆନ ବା ବିଜେତା ଦଳକୁ ଆଇସିସି ତରଫରୁ ମୋଟ ୧୩ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ । ତେବେ ଅନ୍ୟ କେଉଁ ଦଳ କେତେ ଟଙ୍କା ପାଇବେ ଆସନ୍ତୁ ଜାଣିବା । ସୁପର-୧୨ରେ ଏକ୍ସିଟ ମାରିଥିବା ଦଳ ପାଇଁ ଆଇସିସି ୫୭ ଲକ୍ଷ ଟଙ୍କା ପ୍ରାଇଜ ଘୋଷଣା କରିଛି । ତେବେ ଏହି ରାଉଣ୍ଡର ବିଜେତାଙ୍କୁ ୩୨ ଲକ୍ଷ ଟଙ୍କା ଦେବ ଆଇସିସି ।

ଏହାପରେ ରହିଛି ସେମିଫାଇନାଲ ମ୍ୟାଚ । ଏହି ରାଉଣ୍ଡରେ ମଧ୍ୟ ପ୍ରତ୍ୟେକ ଦଳଙ୍କ ପାଇଁ ପ୍ରାଇଜ ଘୋଷଣା କରି ସାରିଛି । ସେମି ଫାଇନାଲରୁ ବିଦାୟ ନେଉଥିବା ଦଳ ପାଇଁ ୩.୨୬ କୋଟି ଟଙ୍କାର ଆମାଉଣ୍ଟ ପୁରସ୍କାର ଘୋଷଣା ହୋଇଛି । ସେହିପରି ଫାଇନାଲ ମ୍ୟାଚରେ ରନର୍ସଅପ୍ ଦଳକୁ ୬.୫୨ କୋଟି ଟଙ୍କାର ଏକ ପୁରସ୍କାର ପ୍ରଦାନ କରିବ ଆଇସିସି । ଆସନ୍ତା ଅକ୍ଟୋବରରେ ଏହି ଲଢେଇ ଆରମ୍ଭ ହେବାକୁ ଯାଉଛି ।

Get real time updates directly on you device, subscribe now.