fbpx

ଏହି ଭିଟାମିନ ଅଭାବରୁ ହୋଇଥାଏ କ୍ୟାନ୍ସରର ଆଶଙ୍କା: ଖାଦ୍ୟରେ ତୁରନ୍ତ ସାମିଲ କରନ୍ତୁ ଏହି ଜିନିଷ

ଶରୀରରକୁ ସୁସ୍ଥ ରହିବା ପାଇଁ ଆମେ ପ୍ରେତ୍ୟକ ଦିନ ସୁସମ ଏବଂ ପୁଷ୍ଟିକର ଖାଦ୍ୟ ଖାଇଥାନ୍ତି । କିନ୍ତୁ ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ସାରଯୁକ୍ତ ଖାଦ୍ୟ କାରଣରୁ ଆମ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି । ଏଥିସହିତ ଅନେକ ଭିଟାମିନରର ଅଭାବ ମଧ୍ୟ ସୃଷ୍ଟି ହେଉଛି । ତେବେ ଆମ ଶରୀରରେ ଅନେକ ଭିଟାମିନ ରହିଥାଏ, ଯାହା ଆମ ଶରୀରରୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଆମ ଶରୀରରେ ଏହି ଭିଟାମିନଗୁଡିକର ଅଭାବ ହେଲେ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ଭିଟାମିନ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭିଟାମିନ ବି-୬ । ଯାହାର ଅଭାବରେ କ୍ୟାନ୍ସର ପରି ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ ।

ତେବେ ଏହି ଭିଟାମିନ ବି-୬ କୁ ପିରାଇଡକ୍ସାଇନ୍ ନାମରେ ମଧ୍ୟ ଜଣାଶୁଣା । ତେବେ ଏହା ଏକ ଜଳରେ ଦ୍ରବିଭୂତ ଭିଟାମିନ ଯାହାକି ଅନେକ ଖାଦ୍ୟରେ ପ୍ରାକୃତିକ ଭାବରେ ରହିଥାଏ । ତେବେ ଏହି ଭିଟାମିନ ସାସଯ୍ୟରେ ଅନେକ ରୋଗକୁ ରୋକାଯାଇ ପାରିବ । ତେବେ ଏପରି କିଛି ଜୀନିଷ ଅଛି ଯାହାକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆମେ ଏହି ସବୁ ସମସ୍ୟାକୁ ଦୂର କରିବା ସହିତ ଭିଟାମିନ ବି-୬ର ଅଭାବକୁ ମଧ୍ୟ ପୁରଣ କରି ପାରିବା । ବର୍ତ୍ତମାନ ଆସନ୍ତୁ ଜାଣିବା ଭିଟାମିନ ବି-୬ ଅଭାବକୁ ପୁରଣ କରିବା ପାଇଁ ଏବଂ କ୍ୟାନ୍ସର ପରି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ କେଉଁ ଜିନିଷ ସାମିଲ କରିବା ଆବଶ୍ୟକ ।

କ୍ଷୀର:ଗାଈ ଏବଂ ଛେଳି କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିସହିତ ଏହା ଶରୀରରେ ଭିଟାମିନ୍ ବି-୬ ର ଅଭାବକୁ ମଧ୍ୟ ପୂରଣ କରିଥାଏ । । ଯଦି ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବହୁଏ ତେବେ ଏହା ଆପଣଙ୍କ ସ୍ନାୟୁରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଯାହାଫଳରେ ଏହା ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ପ୍ରତିଦିନ କ୍ଷୀର ପିଇବା ଆବଶ୍ୟକ ।

ସାଲ୍ମନ ମାଛ: ସାମୁଦ୍ରିକ ଖାଦ୍ୟରେ ସାଲ୍ମନମାଛକୁ ସୁସ୍ଥ ଖାଦ୍ୟ ବର୍ଗରେ ରଖାଯାଇଥାଏ । ଏହି ଚର୍ବିଯୁକ୍ତ ମାଛରେ ଭିଟାମିନ୍ ବି-୬ ପ୍ରଚୁର ପରିମାଣରେ ମିଳିଥାଏ ଯାହା ଆମ ଆଡ୍ରେନାଲ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଡ୍ରେନାଲ୍ ଗ୍ରନ୍ଥିଗୁଡିକ ଅନେକ ଗୁରୁତ୍ୱପୂର୍ଣ୍ଣ ହରମୋନ୍ ଉତ୍ପାଦନ କରନ୍ତି । ଯେଉଁଥିରେ କର୍ଟିସୋଲ୍, ଆଡ୍ରେନାଲିନ୍ ଏବଂ ଆଲଡୋଷ୍ଟେରନ୍ ପରି ହରମୋନ ସାମିଲ ରହିଥାଏ । ଯାହା ଆମକୁ କ୍ୟାନ୍ସର ପରି ମାରାତ୍ମକ ରୋଗରୁ କିଛି ମାତ୍ରାରେ ସୁରକ୍ଷା ଦେଇଥାଏ । ଏତତ୍ ବ୍ୟତୀତ ସାଲ୍ମନ ମାଛ ଖାଇବା ଦ୍ୱାରା ଏହା ଶରୀରକୁ ପ୍ରଚୁର ପରିମାଣର ପ୍ରୋଟିନ୍ ମଧ୍ୟ ମିଳିଥାଏ ।

୩. ଗାଜର: ଗାଜର ଏପରି ଏକ ଖାଦ୍ୟ ଯେଉଁଥିରେ ପୁଷ୍ଟିକର ଅଭାବ ହୋଇ ନଥାଏ । ଗାଜରରେ ପ୍ରଚୁର ପରିମାଣରେ ଭିଟାମିନ୍ ବି-୬ ମିଳିଥାଏ । ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହିତ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଆପଣକୁ କଞ୍ଚା ଖାଇପାରିବେ ।

୪. ପାଳଙ୍ଗ ଶାଗ: ଶାଗକୁ ସର୍ବଦା ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ । ଭିଟାମିନ୍ ବି ୬, ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଆଇରନ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହାକୁ ସାଲାଡ କିମ୍ବା ଜୁସ୍ ଆକାରରେ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

Get real time updates directly on you device, subscribe now.