fbpx

Big Breaking; ହକି ଖେଳାଳିଙ୍କୁ ମିଳିବ ପୁରସ୍କାର: ଓଡ଼ିଶା ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ହକି ଟିମ୍ । ବ୍ରୋଞ୍ଜ ପାଇଁ ଲଢି ଏହି ମ୍ୟାଚରେ ସ୍ପେନକୁ ଦଳ ୨-୧ରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଏହି ବିଜୟ ପରେ ଭାରତୀୟ ହକି ଟିମକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହା ଭିତରେ ଓଡ଼ିଶା ସରକାର ମଧ୍ୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ଭାରତୀୟ ହକିରେ ସାମିଲ ଥିବା ଓଡ଼ିଆ ତାରକା ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତର କାଂସ୍ୟବିଜେତାଙ୍କ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶା ସରକାର । ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଦଳରେ ସାମିଲ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବରେ ୪ କୋଟି ଟଭ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ମୋହନ ସରକାର । ଏହାବ୍ୟତୀତ ସପୋର୍ଟ ଷ୍ଟାଫଙ୍କ ପାଇଁ ମଧ୍ୟ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ତେବେ ବିଜୟ ପରେ ଏହାର ସେଲିବ୍ରେସନ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ହକି ଟିମକୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି ।

Get real time updates directly on you device, subscribe now.