fbpx

ପ୍ରଫେସର ଅନନ୍ତ ଚରଣ ସାହୁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରେଭେନ୍ସା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅନନ୍ତ ଚରଣ ସାହୁଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଓ ଫକିରମୋହନ ମହାବିଦ୍ୟଳୟର ପୂର୍ବତନ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ନୋପୋଲିୟନ ବୋନାପାର୍ଟଙ୍କ ଭଳି ମହାନାୟକଙ୍କ ଉପରେ ଏକାଧିକ ପୁସ୍ତକ ରଚନା କରିଥିଲେ ।

ଡକ୍ଟର ସାହୁ ମୃତ୍ୟୁ ପର୍ଯ୍ୟନ୍ତ ନିମୟିତ ଭାବେ ସ୍ୱାଧିନତା ସଂଗ୍ରାମୀ ସ୍ମରଣିକା ପ୍ରକାଶ କରିଆସୁଥିଲେ । ସେ କଟକ ଭାଷା ସୁରକ୍ଷା ସମ୍ମିଳନୀ ଓ ତୈଳିକ ବୈଶ୍ୟ ସମିତି, କଟକର ସଭାପତି ଭାବେ କାର୍ଯ୍ୟ କରିବା ସହ ଦୈନିକ ଓଡ଼ିଆ ଖବରକାଗଜମାନଙ୍କରେ ନିୟମିତ ଭାବେ ସ୍ତମ୍ଭ ଲେଖି ଆସୁଥିଲେ । ପ୍ରଫେସର ସାହୁଙ୍କ ପରି ଜଣେ ବିଶିଷ୍ଟ ଶିକ୍ଷାବିତଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଦୁଃଖ ପ୍ରକାଶ କରିଛନ୍ତି । ସେ ୮ଟି ଇତିହାସ ପୁସ୍ତକ ରଚିଥିବା ବେଳେ ସେଗୁଡ଼ିକ ନେତାଜୀ, ଗାନ୍ଧୀଜୀ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ନେପୋଲିୟନଙ୍କ ଉପରେ ପର୍ଯ୍ୟବେଶିତ ରହିଥିଲା । ସତୀଚଉରା ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

Get real time updates directly on you device, subscribe now.