fbpx

PhDରେ ଫେଲ୍ କରିଦେବାର ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୋଗ ପରେ ଏବେ ଜେଲରେ ଚକି ପେଷିଲେ Professor

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଛାତ୍ରୀ ଜଣେ ପ୍ରଫେସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କୁ ପିଏଚଡିରେ ଫେଲ୍ କରିଦେବାର ଧମକ ଦେଇ ପ୍ରଫେସର ତାଙ୍କର ଯୌନ ଶୋଷଣ କରିଥିଲେ । ଜବଲପୁରର ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟରେ ଏହି ଘଟଣା ଘଟିଛି ।

ପିଏଚଡି କରୁଥିବା ଜଣେ ୩୯ ବର୍ଷୀୟା ରିସର୍ଚ୍ଚ ସ୍କଲାର ଏପରି ଅଭିଯୋଗ ଆଣିବା ପରେ ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟରେ ଚର୍ଚ୍ଚା ଜାରି ରହିଛି । ବାୟୋ ସାଇନ୍ସ ବିଭାଗର ଜଣେ ପ୍ରଫେସରଙ୍କ ନାମରେ ପୀଡ଼ିତା ଜଣଙ୍କ ଏହି ଆରୋପ ଲଗାଇଛନ୍ତି । ପୂର୍ବରୁ ପୀଡ଼ିତା ପ୍ରଫେସରଙ୍କ ହରକତ ନେଇ ପୋଲିସରେ ଅଭିଯୋଗ କରିଥିଲେ । ସେତେବଳେ ପ୍ରଫେସର କ୍ଷମା ପ୍ରାର୍ଥନା କରିବା ପରେ ପୀଡ଼ିତା ଅଭିଯୋଗ ଉଠାଇ ନେଇଥିଲେ । ମାତ୍ର ଯେତେବେଳେ ଏହି ହରକତ ଚରମସୀମାରେ ପହଞ୍ଚିଲା, ତେବେଳେ ସେ ବାଧ୍ୟହୋଇ ପୁଣି ଥାନାରେ ପହଞ୍ଚି ମାମଲା ଦାୟର କରିଥିଲେ । ଛାତ୍ରୀ ଜଣଙ୍କ ଉକ୍ତ ପ୍ରଫେସରଙ୍କ ଅଧୀନରେ ପିଏଚଡି କରୁଥିଲେ । ଏହି ସୁଯୋଗର ଫାଇଦା ପ୍ରଫେସର ଜଣଙ୍କ ଉଠାଇଥିବା ସହ ପୀଡ଼ିତା ଉପରେ ଖରାପ ନଜର ରଖିଥିଲେ । ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକୁ ପୋଲିସ ମାମଲା ଦାୟର କରିବା ସହ ଅଭିଯୁକ୍ତ ପ୍ରଫେସରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.