fbpx
BSKY
BJD MC SKY
BJD MS SKY

ବିବାହ ପାଇଁ ବାଧ୍ୟ କରୁଥିଲା ପ୍ରୋଫେସର୍, Phd ସ୍କଲାରଧାରୀ ଯୁବତୀ ନିଜ ବୟଫ୍ରେଣ୍ଡ୍ ସହିତ ମିଶି କରିଦେଲେ ହତ୍ୟା

ନୂଆଦିଲ୍ଲୀ: ଜଣେ ୨୬ ବର୍ଷୀୟା ଯୁବତୀ ଓ ତାର ବୟଫ୍ରେଣ୍ଡ୍ ସହିତ ମିଶି ନିଜ ପ୍ରୋଫେସର୍ କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଖବର ସାମନାକୁ ଆସିଛି ଚେନ୍ନାଇରୁ । ଉକ୍ତ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ପ୍ରୋଫସର୍ ଜଣକ ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ ଓ ବିବାହ କରିବାକୁ ବାଧ୍ୟ କରୁଥିଲେ । ପୋଲିସ୍ କହିଛି ଯେ, ଅଭିଯୁକ୍ତ ଯୁବତୀ(୨୬) ଓ ତାର ବୟଫ୍ରେଣ୍ଡ(୪୩)ର ମିଶି ପ୍ରୋଫେସର୍ ଙ୍କର ଗଳାକାଟି ହତ୍ୟା କରିବା ସହିତ ବାରମ୍ବାର ଛୁରୀ ଭୁସି ଆକ୍ରମଣ କରିଛନ୍ତି ।

ଏହି ଘଟଣା ଗୁରୁବାର ଦିନ ପାଖାପାଖି ୧ଟା ୩୦ ସମୟରେ କେଲମବକ୍କମ୍ ରେ ଥିବା ଏକ କଲେଜ୍ ନିକଟରେ ହୋଇଛି, ଯେଉଁଠାରେ ଉକ୍ତ ଯୁବତୀ ପଢ଼ୁଥିଲେ । ତେବେ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ୍ ବିରୋଧରେ ୩୦୨ ଧାରା ଆଧାରରେ ମାମଲା ରୁଜୁ କରିଛି ପୋଲିସ୍ । ଅନ୍ୟପଟେ ପୋଲିସ୍ ପ୍ରାଥମିକ ତଦନ୍ତରୁ କହିଛି ଯେ, ମୃତ ବ୍ୟକ୍ତି ଜଣକ ପ୍ରୋଫେସର୍ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କର ବିବାହ ମଧ୍ୟ ହୋଇସାରିଥିଲା ।

ଅଭିଯୁକ୍ତ ଯୁବତୀ ଓ ପ୍ରୋଫେସର୍, ଦୁହେଁ ଦୁହିଁଙ୍କୁ ସ୍ନାତକ ସମୟରୁ ଜାଣିଛନ୍ତି । ପ୍ରୋଫେସର୍ ଜଣକ ନିଜ ସ୍ତ୍ରୀକୁ ଛାଡ଼ି ଅଭିଯୁକ୍ତ ମହିଳାଙ୍କୁ ବିବାହ କରି ତାଙ୍କ ସହିତ ରହିବାକୁ କହିଥିଲେ ଓ ବାରମ୍ବାର ତାଙ୍କୁ ପିଛା କରୁଥିଲେ ବୋଲି ଜଣାପଡ଼ିଛି ।

 

Get real time updates directly on you device, subscribe now.