fbpx

ଆଉ ଜଣେ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ, ଗୋଟିଏ ଦିନ ପୂର୍ବରୁ ଆସିଥିଲା କୋଭିଡ୍ ନେଗେଟିଭ୍ ରିପୋର୍ଟ

ଜୟପୁର: ଆଉ ଜଣେ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ ହୋଇଯାଇଛି । ମହାରାଷ୍ଟ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ରାଜସ୍ଥାନରେ ହୋଇଛି । ଏଠାରେ ଜଣେ ୭୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ଏହି ବ୍ୟକ୍ତି ଜଣକ ଉଦୟପୁରର ହୋଇଥିବା ଜଣାପଡ଼ିଛି । ସୂଚନା ଯେ, ସେ ଓମିକ୍ରନ ସଂକ୍ରମିତ ହେବାପରେ ଉଦୟପୁରର ମହାରାଣା ଭୁପାଳ ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ତାଙ୍କର ଗୋଟିଏ ଦିନ ପୂର୍ବରୁ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା । ଆଉ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।

 

Get real time updates directly on you device, subscribe now.