fbpx

ଅଭିଯୋଗ ଆଧାରରେ ସମ୍ପତ୍ତି ନଷ୍ଟ ଗ୍ରହଣୀୟ ନୁହେଁ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କାଳରେ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ କ୍ଷୁବ୍ଧ ହୋଇ ପ୍ରଶାସନକୁ ଭର୍ତ୍ସନା କରିଛନ୍ତି ସୁପ୍ରିମ କୋର୍ଟ । ଆଇନ କାନୁନ ଦ୍ୱାରା ପରିଚାଲିତ ରାଜ୍ୟରେ ଅପରାଧ ଅଭିଯୋଗରେ ସମ୍ପତ୍ତି ନଷ୍ଟ ଅଗ୍ରହଣୀୟ ବୋଲି କହିଛନ୍ତି କୋର୍ଟ । ଜଷ୍ଟିସ ଋଷିକେଶ ରାୟ, ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଏସବିଏନ ଭଟ୍ଟିଙ୍କ ଖଣ୍ଡପୀଠ କହିଛନ୍ତି କି, ଯେଉଁ ଦେଶ ଆଇନ କାନୁନକୁ ନେଇ ପରିଚାଳିତ, ସେଠି ପରିବାରର କୌଣସି ସଦସ୍ୟର ହୋଇଥିବା ଏକ ବେଆଇନ କାମ ପାଇଁ ପୂରା ପରିବାର ତାର ଆବାସ ସ୍ଥଳକୁ ନଷ୍ଟ କରାଯାଇପାରିବ ନାହିଁ ।

ଅପରାଧରେ କଥିତ ସମ୍ପୃକ୍ତି କୌଣସି ସମ୍ପତ୍ତି ଧ୍ୱଂସର ଆଧାର ନୁହେଁ । ଏହା ବ୍ୟତୀତ ନ୍ୟାୟ ବ୍ୟବସ୍ଥା ମଧ୍ୟରେ ଅପରାଧ ଉପରେ ନିଷ୍ପତ୍ତି ହୋଇଥାଏ । ଏମିତି ବିଧ୍ୱଂସପୂର୍ଣ୍ଣ ଧମକକୁ କୋର୍ଟ ଅଣଦେଖା କରିପାରିବେ ନାହିଁ । ଏଠି ଆଇନ ସର୍ବୋପରେ ରହିଛି । ନୋହିଲେ ଏମିକି କାର୍ଯ୍ୟାନୁଷ୍ଠାନକୁ ଦେଖର ଆଇନ ଉପରେ ବୁଲଡୋଜର ଚଳାଇବା ସଦୃଶ ହେବ ।

ଏମିତି ବୟାନ କୋର୍ଟ ଦେଇଛନ୍ତି ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ଯାଚିକା ଉପରେ । ସେହି ବ୍ୟକ୍ତିଙ୍କ ପରିବାର ଜଣଙ୍କ ନାଁରେ ଏଫଆଇଆର ଦାୟର ପରି ନଗର ଉନ୍ନୟନ ଅଧିକାରୀ ତାଙ୍କ ଘର ଭାଙ୍ଗିବାକୁ ନେଇ ଧମକ ଦେଇଥିଲେ । ଏହି ଧମକ ପରେ ସେ କୋର୍ଟଙ୍କ ଆଶ୍ରୟ ନେଇଥିଲେ ।

Get real time updates directly on you device, subscribe now.