fbpx

ନାଁରେ କାର୍ତ୍ତିକ କିନ୍ତୁ ଧନରେ କୁବେର ଥିଲେ ସହକାରୀ ଯନ୍ତ୍ରୀ: ଘରୁ ଜବତ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି

Advertisement

ଗଞ୍ଜାମ (ଓଡ଼ିଶା ଭାସ୍କର): ଭଞ୍ଜନଗର ଏମଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ଜବତ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଏ ପର୍ଯ୍ୟନ୍ତ ମୋଟ ୨.୭୬ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏହାବ୍ୟତୀତ ୨ଟି ଫ୍ଲାଟ, ୭ଟି ପ୍ଲଟ ସହ ଭୁବନେଶ୍ୱରରେ କାର୍ତ୍ତିକଙ୍କର ଗୋଟିଏ ଦୁଇ ମହଲା କୋଠା ଥିବା ସୂଚନା ଜଣାଯାଇଛି । କେବଳ ସେତିକି ନୁହେଁ, ୩୭.୨୩ ଲକ୍ଷ ବ୍ୟାଙ୍କ ଡିପୋଜିଟ ଏବଂ ଅଢେଇ ଲକ୍ଷ ନଗଦ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଛି ।

ସୂଚନା ଅନୁସାରେ, ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଥିଲା । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ କରାଯାଇଥିବା ବେଳେ ଏହି ସବୁ ସମ୍ପତ୍ତି ସମ୍ବନ୍ଧରେ ଜଣାପଡିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରଛିି ଭିଜିଲାନ୍ସ । ଏହି ଚଢାଉରେ ୫ଜଣ ଡିଏସପି ଏବଂ ୧୧ଜଣ ଇନ୍ସକ୍ଟେରଙ୍କ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ରହିଥିଲେ ।

Get real time updates directly on you device, subscribe now.