ଓଡ଼ିଶା ମେଟ୍ରୋକୁ ନେଇ ଅନିଶ୍ଚିତତା, କେନ୍ଦ୍ରକୁ ଯାଇନି ପ୍ରସ୍ତାବ
ଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର ।
ଭୁବନେଶ୍ବର: ଓଡ଼ିଶାର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶା ମେଟ୍ରୋ ପାଇଁ କେନ୍ଦ୍ରକୁ ଯାଇନି ପ୍ରସ୍ତାବ ।
ଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଯାଇଥିବା ବେଳେ ଏହି ଖବର ଭୁବନେଶ୍ବରରେ ମେଟ୍ରୋ ଏକ ପ୍ରକାର ସ୍ବପ୍ନ ଭଳି ମନେହେଉଛି । କେନ୍ଦ୍ରକୁ ୧୭ଟି ପ୍ରସ୍ତାବ ଯାଇଥିବା ନେଇ ସଂସଦରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ।
ଯେଉଁ ପ୍ରସ୍ତାବ ଆସିଛି ଅନେକକୁ ଅନୁମୋଦନ ମିଳିଛି । ୧୭ଟି ପ୍ରସ୍ତାବ ମଧ୍ୟରେ ନାହିଁ ଓଡ଼ିଶା ମେଟ୍ରୋ ପ୍ରକଳ୍ପ ନଥିବା ଦର୍ଶାଯାଇଛି ।
ଗୋଟିଏ ପଟେ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟରେ ଘନଘନ ବୈଠକ ବସୁଥିବା ବେଳେ କେନ୍ଦ୍ରକୁ ପ୍ରସ୍ତାବ ଯାଇନଥିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଦେଖିବା ଗତ ୧୬ ତାରିଖରେ ମେଟ୍ରୋ ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।
ଏଥିରେ ବହୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଯୋଗ ଦେଇଥିଲେ । ତେବେ ଏହି ଲିଖିତ ରିପୋର୍ଟ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସ୍ବପ୍ନ ହୋଇ ରହିଯିବ କି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ।