ମାନୁନାହାଁନ୍ତି ଫି’ ଛାଡ଼ ନିର୍ଦ୍ଦେଶ: ପ୍ରାଇଭେଟ୍ ସ୍କୁଲମାନଙ୍କର ଫି ଆଦାୟକୁ ନେଇ ଅସନ୍ତୋଷ ଅଭିଭାବକ ସଂଘର ଅଭିଯୋଗ; ଦେଖନ୍ତୁ ଭିଡିଓ…
ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ବୃଦ୍ଧି ପାଇଛି ଲୋକଙ୍କ ଆର୍ଥିକ ସମସ୍ୟା । ମହାମାରୀ ଯୋଗୁଁ ପ୍ରାଇଭେଟ ସ୍କୁଲର ଫି ଛାଡ଼ ପାଇଁ ହାଇକୋର୍ଟ ତଥା ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଥିଲେ ବି ଏହାକୁ ମାନୁନଥିବା ଅଭିଯୋଗ କରିଛନ୍ତି ଓଡ଼ିଶା ଅଭିଭାବକ ସଂଘ । ଏନେଇ ଶୁକ୍ରବାର ଭୁବନେଶ୍ୱର ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ସଂଘର କର୍ମକର୍ତ୍ତା । ହାଇକୋର୍ଟ ଏବଂ ଗଣଣିକ୍ଷା ବିଭାଗର ନିର୍ଦ୍ଦେଶକୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉ ବୋଲି ସଂଘ ଦାବି କରିଥିଲା ।
ରାଜଧାନୀର ଡିଏମ ପବ୍ଲିକ ସ୍କୁଲ, ସେଣ୍ଟ ଜୋସେଫ, ଭେଙ୍କଟେଶ୍ୱର, ଗୁରୁ ନାନକ ଆଦି ସ୍କୁଲ ଫିଛାଡ଼ କରିବା ବଦଳରେ ବର୍ଦ୍ଧିତ ହାରରେ ଅଭିଭାବକ ମାନଙ୍କ ଠାରୁ ଜୋର ଜବରଦସ୍ତ ପଇସା ଆଦାୟ ସହିତ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏମାନଙ୍କ ଛଡା ବହୁ ସ୍କୁଲ ଏହି ନିର୍ଦେଶକୁ ସଠିକ କାର୍ଯ୍ୟକାରୀ ନ କରି ମନ ଇଛା ଅଭିଭାବକ ମାନଙ୍କୁ ବିଭ୍ରାନ୍ତି କଲା ଭଳି କିଛି ସ୍ଲାବ ତିଆରି କରି ଜୋର ଜବରଦସ୍ତ ସ୍କୁଲ ଫି ଆଦାୟ କରୁଛନ୍ତି ବୋଲି ଅଭିଯୋଗ କରିଛି ଅଭିଭାବକ ସଂଘ । ଦେଖନ୍ତୁ ଭିଡିଓ…
ଫି ଛାଡ଼ ନିର୍ଦେଶକୁ ସଠିକ କାର୍ଯ୍ୟକାରୀ ହେବା ସହିତ ଖିଲାପକାରୀ ସ୍କୁଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରିବା ପ୍ରତିଶୃତି ଦେବା ପରେ ଆମରଣ ଅନଶନକୁ ସ୍ଥଗିତ ରଖିବାକୁ ମହାସଂଘ ନିଷ୍ପତି ନେଇଛି। ଦେଖନ୍ତୁ ଭିଡିଓ…